Monday, October 12, 2026
Home ଆଞ୍ଚଳିକ ଜଗବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଜଗବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

30


ବ୍ରହ୍ମପୁର (ଜିଲ୍ଲା ଖବର) : ଆଜି ଜଗବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଯେଉଁ ଭଳି ଉନ୍ନତି ମୂଳକ ଯୋଜନା ମାନ ପ୍ରଣୟନ କରିଛନ୍ତି ତହା ର ଲାଭ ନେଇ ଜଣେ ଜଣେ ସୁ ନାଗରିକ ହେବା ପାଇଁ ତାଙ୍କରି ବକ୍ତବ୍ଯରେ କହିଥିଲେ ।ଏହା ସହ ଅଭିଭାବକ ମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏ ବି ଇ ଓ ଲୋକନାଥ ପାଢୀ, ରବିନ୍ଦ୍ର ନାଥ ତ୍ରିପାଠୀ, ସି ଆର ସି ସି ପରମେଶ୍ଵର ପାଣିଗ୍ରାହୀ, ପୂର୍ବତନ କୋରପରେଟର ଭାନୁବତୀ ବିଷୟୀ ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପାଢୀ, ସାମ୍ବାଦିକ ତଥା ବରିଷ୍ଠ କଣ୍ଠଶିଳ୍ପୀ ସୁଦିପ ସାହୁ, ସମାଜସେବୀ ଅନିଲ କୁମାର ଚୌଧୁରୀ,ବିଦ୍ୟାଳୟର ସଭାପତି ହରିହର ପତି ଯୋଗଦେବା ବେଳେ ସି ଆର ସି ସି ଜୟସେନ ପ୍ରଧାନ ସଭାପତିତ୍ବ କରିଥିଲେ ।1ମ ରୁ 8ମ ଯାଏଁ ପଡୁଥିବା 267 ଜଣ ଛାତ୍ରଛାତ୍ରୀ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସଫଳତା ହାସଲ କରି କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା ।ଏହା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥି ମାନେ ଏବଂ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ଲୋକେ ଉଚ୍ଚ ପ୍ରଶଂସା କରିଥିଲେ ।ସହକାରୀ ଶିକ୍ଷୟତ୍ରୀ ରାଜେଶ୍ବରୀ ଦାସ,କୋମଳ କୁମାରୀ ପଟ୍ଟନାୟକ, ନଚରିତା ସାହୁ, ଗୀତା ରାଣୀ ହୋତା, ସୁମିତ୍ରା ଭୋଲଭାଇ,ଶିକ୍ଷକ ପି ଭି ରାମାଣା ପାତ୍ର ସମ୍ପୁର୍ଣ ସହଯୋଗ କରିଥିଲେ ।ଛାତ୍ରଛାତ୍ରୀଙ୍କ ସହ ବହୁ ଅଭିଭାବକ ଏବଂ ଆଇନଜୀବୀ ବି ଦୁର୍ଗା ରାଓ, ଆଇନଜୀବୀ ଅସିତ ସାବତ, ଆଇନଜୀବୀ ଅଜିତ ପଣ୍ଡା, ବାଲୁଙ୍କେଶ୍ବର ମନ୍ଦିର କମିଟି ସଭାପତି ପି ରାମାରାଓ, ଯୁବ ନେତା ବୁଢୁ ପାଢୀ, ଅଜୟ ସାହୁ, ପ୍ରକାଶ ମହାରଣା, ଭଗବାନ ସାହୁ,ବାବୁଲା ଦାସଙ୍କ ସମେତ ସ୍ଥାନୀୟ ଜନସାଧାରଣ ଯୋଗଦେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସବିତା ପାଢୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।