Wednesday, July 22, 2026
Home Uncategorized ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ପ୍ରଭୁ ଜଗନ୍ନାଥ

ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ପ୍ରଭୁ ଜଗନ୍ନାଥ

8

ଫୁଲବାଣୀ,୯/୭ : ନୀଳାଦ୍ରି ବିଜେ, ଯାହାକୁ ନୀଳାଦ୍ରି ବିଜୟ ଭାବରେ ମଧ୍ୟ ଜଣାଶୁଣା, ରଥଯାତ୍ରା ମହୋତ୍ସବର ଶେଷବିଧି, ଯାହା ଦେବତାମାନଙ୍କ (ଭଗବାନ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନ) ଜଗନ୍ନାଥ ମନ୍ଦିରର ରତ୍ନ ବେଦୀ (ଭିତର ଗର୍ଭଗୃହ)କୁ ଫେରିବା ଦିନ ପାଳନ କରାଯାଏ। ଏହି ଉତ୍ସବ ଆଷାଢ଼ ଶୁକ୍ଳ ପକ୍ଷର ତ୍ରୟୋଦଶୀ (ଆଷାଢ଼ ଶୁକ୍ଳ ପକ୍ଷ ତ୍ରୟୋଦଶୀ) ତ୍ରୟୋଦଶୀ ଦିନ ଅନୁଷ୍ଠିତ ହୁଏ। ଏହି ବିଧିର ଏକ ପ୍ରମୁଖ ଅଂଶ ହେଉଛି ପ୍ରଭୁ ଜଗନ୍ନାଥ ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦେବା ପାଇଁ ତାଙ୍କୁ ରସଗୁଲ୍ଲା (ମିଠା) ଅର୍ପଣ କରି ମା ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା l ଏହି ପରିପେକ୍ଷୀ ରେ ସ୍ଥାନୀୟ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ପାଳନ ହୋଇଛି ନୀଳାଦ୍ରି ବିଜେ ଉତ୍ସବ l ୧୨ ଦିନର ଲୀଳାଖେଳ ଶେଷ ପରେ ସୁଦର୍ଶନ, ବଡଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଶ୍ରୀ ମନ୍ଦିରରେ ପ୍ରବେଶ କରିବା ପରେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିର ଦ୍ୱାର ବନ୍ଦ କରିଦେଇଥିଲେ l
ଏହାର କାରଣ ରଥରେ ବଡ଼ ଭାଇ ଭଉଣୀକୁ ନେଲେ ଅଥଚ ତାଙ୍କ ସହ ପତ୍ନୀ ମହାଲକ୍ଷ୍ମୀଙ୍କୁ ନନେଇ ଜନ୍ମବେଦୀକୁ ଚାଲିଗଲେ ମହାପ୍ରଭୁ । ଏନେଇ ରୋଷ କରିଥିଲେ ମହାଲକ୍ଷ୍ମୀ। ଶେଷରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରି ରତ୍ନବେଦୀକୁ ବିରାଜମାନ କରିଥିଲେ ମହାପ୍ରଭୁ।ଅନ୍ୟପକ୍ଷରେ, ମଙ୍ଗଳବାର ସାରା ଓଡ଼ିଶାରେ ‘ରସଗୋଲା ଦିବସ’ ପାଳିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ରୀତିରେ ଦେବୀ ଲକ୍ଷ୍ମୀଙ୍କୁ ମିଠା ମିଠା ଅର୍ପଣ କରିବାର ଶହ ଶହ ବର୍ଷ ପୁରୁଣା ପରମ୍ପରାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ‘ନୀଳାଦ୍ରି ବିଜେ’ ଅବସରରେ ‘ରସଗୋଲା ଦିବସ’ ପାଳନ କରାଯାଏ l


ଜଗନ୍ନାଥଙ୍କ ଭେଟ ଦେଖିବା ସହ ଆର୍ଶୀବାଦ ଭିକ୍ଷାଲାଗି ବହୁ ଭକ୍ତଙ୍କ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭିଡ଼ ଜମିଥିଲା l ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗ ଲାଗି ସାରିଵା ପରେ ସେହି ରସଗୋଲାକୁ ଭକ୍ତମାନଙ୍କ ମଧ୍ଯରେ ବଣ୍ଟନ କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଥିଲା l ଶ୍ରୀ ଜଗନ୍ନାଥ ମନ୍ଦିର କମିଟିର
ସଭାପତି ସୁନାସିର ମହାପାତ୍ର, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା,ଶଙ୍କର ବେହେରା, ଶରତ ପଟ୍ଟନାୟକ, ପ୍ରଶନ ବିଶୋୟୀ,ପୂଜକ ଶଙ୍କର ପାଢ଼ୀ ଓ କାଳିଆ, ସହଯୋଗୀ ଅସିତ ପଣ୍ଡା, ଅସୀମ ପ୍ରହରାଜଙ୍କ ସମେତ, ମହେନ୍ଦ୍ର ସୁବୁଦ୍ଧି ଏବଂ ସମସ୍ତ ସଦସ୍ୟ ଓ ବହୁ ବ୍ରାହ୍ମଣ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।