ଜଳବାୟୁ ପରିବର୍ତ୍ତନ, ଗ୍ରାମୀଣ ଜୀବିକା, କୃଷି ଓ ସ୍ଥାନାନ୍ତରଣ ବିଷୟରେ କେନ୍ଦ୍ରିତ ସମୂହ ଚର୍ଚ୍ଚା

125

ଚିକିଟି୭/୭(ଜିଲ୍ଲା ଖବର) : ଗଞ୍ଜାମ ଜିଲା ଚିକିଟି ବ୍ଳକ ସୋନପୁର ପଞ୍ଚାୟତ ଠାରେ ଏମ ଏମ ପି ଟି ଏଫ ପ୍ରକଳ୍ପ ତରଫରୁ ଏକ ଏଫ ଜି ଡି ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭା ରେ, ଶାନ୍ତ ମେମୋରିଆଲ ରିହ୍ଯାବିଲିଟେଶନ ସେଣ୍ଟର, ଭୂବନେଶ୍ବର ପକ୍ଷରୁ ଆୟୋଜନ କରାଯାଇଥିବା, ଜଳବାୟୁ ପରିବର୍ତନ, ଗ୍ରାମୀଣ ଜୀବିକା, କୃଷି ଓ ସ୍ଥାନାନ୍ତରଣ କେନ୍ଦ୍ରିତ ସମୂହ ଚର୍ଚ୍ଚା କରାଯାଇଥିଲା। ଜଳବାୟୁ ପରିବର୍ତନ ଦ୍ବାରା ହେଉଥିବା ସ୍ଥାନାନ୍ତରଣ ଯୋଗୁ ଗ୍ରାମବାସୀ କିଭଳି ପ୍ରଭାବିତ ହେଉଅଛନ୍ତି ସେ ବିଷୟରେ ଦଳ ମାଧ୍ୟମ ରେ ଆଲୋଚନା କରାଯାଇଥିଲା. ଏହି ସଭା ରେ ମିଳିତ ଜାତିସଂଘ ର ଖାଦ୍ୟ ଓ କୃଷି ସଂଗଠନ ର କାର୍ଯକାରୀ ସହଭାଗୀ ସଂସ୍ଥା ୱ।ସନ୍(wassan) ଗ୍ରାମବାସୀ ଙ୍କ ପାଇଁ ଜଳବାୟୁ ଉପଯୋଗୀ ଜୀବିକା ବିଷୟରେ ଆଲୋଚନା କରିଥିଲେ। ଉକ୍ତ ସଭାରେ ସୋନାପୁର ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସୋରଳ ପଞ୍ଚାୟତର ସରପଞ୍ଚ,ପି ଇ ଓ ଏବଂ ସ୍ବେଚ୍ଛାସେବୀ ସଂଘଠନ -ସେବା ଓ ଏଡ ଏଟ ଆକ୍ସନ ର କାର୍ଯକର୍ତା ମଧ୍ୟ ଉପସ୍ଥିତ ଥିଲେ।