Home Uncategorized ଅସୁସ୍ଥ ବିଜୟଙ୍କୁ ଚିକିତ୍ସା ରେ ସହାୟତାର ହାତ ବଢାଇଲା ସେବା ସଂସ୍ଥାନ

ଅସୁସ୍ଥ ବିଜୟଙ୍କୁ ଚିକିତ୍ସା ରେ ସହାୟତାର ହାତ ବଢାଇଲା ସେବା ସଂସ୍ଥାନ

67

ଚିକିଟି,୧୩/୬(ଜିଲ୍ଲା ଖବର) : ଆଜିର ଯୁଗ ରେ ସମସ୍ତଙ୍କୁ ଏକ ସୁସ୍ଥ ଓସୁଖି ଜୀବନ ଯାପନ କରିବା ପାଇଁ ଆବଶ୍ୟକ l କିନ୍ତୁ କାହାର ଜୀବନ ରେ କେତେବେଳେ କଣ ଘଟେ ତାହା କେବଳ ସେଇ ଭଗବାନ ଙ୍କୁ ଗୋଚର। ସ୍ତ୍ରୀ ,୨ଝିଅ ଓ ପୁଅକୁ ନେଇ ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ପୋଲରାଜପୁର ଗ୍ରାମ ହରିଜନ ସାହି ର ବାସିନ୍ଦା ବିଜୟ ନାଇକଙ୍କ ସଂସାର ସୁରୁଖୁରୁରେ ଚାଲିଥିଲା । ହଠାତ୍ ତାଙ୍କ ଜୀବନରେ କଳାବାଦଲ ଘୋଟି ଆସିଲା ।ପ୍ରାୟ ୧ବର୍ଷ ପୂର୍ବେ ବିଜୟ ଟିବି ରୋଗ ରେ ଆକ୍ରାନ୍ତ ହୋଇଥିଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଦ୍ଵାରା ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସା ପରେ ସ୍ବାସ୍ଥ୍ୟ ରେ ଉନ୍ନତି ଆସିବାରୁ ଘରକୁ ଫେରିଲେ । କିନ୍ତ ଦୁଃଖ ଯେମିତି ତାଙ୍କ ପିଛା ଛାଡିବାର ନ ନଉନି । ଏବେ ବିଜୟଙ୍କ ହାଇଡ୍ରସିଲରେ ଛୋଟ ଛୋଟ ଘା ହେଉଛି । କିନ୍ତୁ ଏହାର ଚିକିତ୍ସା ପାଇଁ ବିଜୟଙ୍କ ପାଖରେ ଆବଶ୍ୟକ ଅର୍ଥ ନାହିଁ । ଫଳରେ ବିଜୟ ଯନ୍ତ୍ରଣା ରେ ଛଟପଟ ହେଉଥିବା ପ୍ରକାଶ କରିଛନ୍ତି ।ପ୍ରଶାସନ ନିକଟରେ ଚିକିତ୍ସା ପାଇ ସହାୟତା ଗୁହାରୀ କରିଛନ୍ତି ।ଏଇ ଖବର ଶୁଣି ସେବା ସଂସ୍ଥାନ ର ସଭ୍ୟ ମାନେ ତାଙ୍କ ନିକଟରେ ପହଞ୍ଚି ୭୦୦୦ ଟଙ୍କା ଓ ଗୋଟେ ଚାଉଳ ପକେଟ୍ ସହାୟତା କରିଥିଲେ,ଏଥିରେ ବିଜୟ ଓ ତାଙ୍କ ପରିବାର ଖୁସି ହୋଇ ଥିଲେ।ତାଙ୍କ ପାଖରେ ସରକାରୀ ହସ୍ପିଟାଲ କୁ ଯିବାକୁ ହେଲେ କିଛି ଭି ପଇସା ନଥିଲା ଏଇ ପଇସା ଧରି ବ୍ରହ୍ମପୁର ମେଡିକାଲ ଯିବି ବୋଲି ଖୁସିରେ ଭାବବିହ୍ୱଳ ହୋଇପଡ଼ିଥିଲେ।ସେବା ସଂସ୍ଥାର ଏଭଳି କାର୍ଯ୍ୟରେ ଗ୍ରାମ ଲୋକ ପ୍ରଶଂସା କରିଥିଲେ