ସେବା ସଂସ୍ଥାନ ଚିକିଟିର ନିଃସ୍ଵାର୍ଥପର ସେବା

311

ଚିକିଟି,୫/୬(ଜିଲ୍ଲା ଖବର) : ଭଗବାନଙ୍କ ସୃଷ୍ଟିର ଲୀଳା ନିୟମ ମଧ୍ୟ ବଡ଼ ବିଚିତ୍ର,କାହାକୁ ଦିଅନ୍ତି ତ ଛପର ଫାଡିକି ଏବଂ କାହାକୁ ଦିଅନ୍ତିନି ତ ତାର ଛପର ଓଜାଡ଼ି ଦିଅନ୍ତି, ଯେଉଁ ବୟସରେ ପାଠ ପଢ଼ି ପିଲା ମାନଙ୍କ ସହ ହସଖେଳରେ ଦିନ ବିତେଇ ଥାଆନ୍ତା ସେହି ବୟସରେ ରକ୍ତକର୍କଟ ଭଳି ରୋଗରେ ପୀଡିତ ଇନ୍ଦ୍ରାକ୍ଷି ଗ୍ରାମର ରୁଦ୍ର ପ୍ରସାଦ ବେହେରା, ପିତା-ସୁଦାମ ବେହେରା ଗତ କିଛି ଦିନ ପୂର୍ବରୁ ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇଛି ବୋଲି ଆମ ସେବା ସଂସ୍ଥାନକୁ ଖବର ପହଞ୍ଚିବା ମାତ୍ରେ ଆମ ସେବା ସଂସ୍ଥାନର ସଭାପତି ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟମାନେ ଯାଇ ସେ ପିଲାକୁ ସେବା ସଂସ୍ଥାନ ତରଫରୁ 10500 ଟଙ୍କା ଏବଂ ଆମ ସଂସ୍ଥାର ସଭାପତିଙ୍କ ଜନ୍ମଦିନ ଅବସରରେ ନିଜେ ସେ ପିଲାର ଚିକିତ୍ସା ନିମନ୍ତେ 5000 ଟଙ୍କା ଦେଇଥିଲେ ,ସେବା ସଂସ୍ଥାନର ଏମିତି ପରୋଉପକାରିତା ଏବଂ ନିଃସ୍ଵାର୍ଥପର ସେବା ଦେଖି ସେ ଅଞ୍ଚଳବାସୀ ସେବା ସଂସ୍ଥାନକୁ ଖୁବ୍ ପ୍ରଶଂସା କରି ଧନ୍ୟବାଦ୍ ଦେଇଛନ୍ତି,ବିଗତ ଦୁଇ ବର୍ଷ ଧରି ସେବା ସଂସ୍ଥା ଚକ୍ଷୁ ଚିକିତ୍ସା ,ବୃକ୍ଷ ରୋପଣ,ରକ୍ତ ଦାନ,ଶୀତ ଦିନେ ଶୀତ ବସ୍ତ୍ର ବଣ୍ଟନ ଖରା ଦିନେ ଛତା ବଣ୍ଟନ ଏହିପରି ବିଭିନ୍ନ ପ୍ରକାର ସେବା ସାରା ଗଞ୍ଜାମ ଜିଲ୍ଲାରେ କରି ସେବା ସଂସ୍ଥାନ ସେବା ମାଧ୍ୟମରେ ଗୋଟେ ମାନବ ସେବା ହିଁ ମାଧବ ସେବା ବୋଲି ପରିଚୟ ସୃଷ୍ଟି କରିପାରିଛି