Tuesday, October 13, 2026
Home ଆଞ୍ଚଳିକ ଆଦର୍ଶ ଶିଶୁ ମନ୍ଦିରରେ ପିତୃମାତୃ ସମ୍ମିଳନୀ

ଆଦର୍ଶ ଶିଶୁ ମନ୍ଦିରରେ ପିତୃମାତୃ ସମ୍ମିଳନୀ

66


ଆସିକା (ଜିଲ୍ଲା ଖବର) : ଆସିକା ବ୍ଲକ ଅନ୍ତର୍ଗତ ବାବନପୁର ଚିଦାନନ୍ଦବିହାର ପରିସରରେ ଆଦର୍ଶ ଶିଶୁ ମନ୍ଦିର ରେ ବିଂଶତମ ପିତୃମାତୃ ସମ୍ମିଳନୀ ଶ୍ରୀ ରଘୁନାଥ ସ୍ଵାଇଁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଜୋନ ଗାୟତ୍ରୀ ଶାଖା ମୁଖ୍ୟ ସଂଗଠକ ଶ୍ରୀ ପ୍ରଭାକର ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ଵଳନ କରିଥିଲେ । ବୈଠକ ଆରମ୍ଭରେ ସମସ୍ତଙ୍କୁ ଚନ୍ଦନ ଟୀକା ପ୍ରଦାନ କରାଯିବା ସହ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ସରସ୍ଵତୀ ମା’ଙ୍କ ନିକଟରେ ଉପସ୍ଥିତ ଅଭିଭାବକ ଅଭିଭାବିକା ମାନେ ସାମୁହିକ ଦୀପ ଦାନ କରିଥିଲେ । ଗୁରୁଜୀ ବସନ୍ତ କୁମାର ସାହୁଙ୍କ ତତ୍ତ୍ବାବଧାନରେ ବିଦ୍ୟାଳୟର କୁନି ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ମଦନ ମୋହନ ବାଡତ୍ୟା ଅତିଥି ପରିଚୟ ପ୍ରଦାନ କରିବା ସହ ବୈଠକ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ମହୋଦୟ ଅଭିଭାବକ ମାନଙ୍କୁ ଘରର ବାତାବରଣ,ପିତାମାତାଙ୍କ ଉଦାହରଣ ଓ ଅନ୍ୟର ଦୋଷକୁ ଗ୍ରହଣ ନ କରି ନିଜର ଦୋଷ ସ୍ଵୀକାର କରିବାକୁ ପରାମର୍ଶ ଦେଇଥିଲେ । କେବଳ ସ୍ନେହ ଓ ପ୍ରେମଦ୍ଵାରା ହି ଘୃଣାକୁ ଆୟତ କରିହୁଏ ଏବଂ ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଆଦର କରିବାକୁ ପରାମର୍ଶ ଦେଇଥିଲେ । ପିତାମାତା ଭଗବାନ ଓ ଗୁରୁଙ୍କୁ ସଦାସର୍ବଦା ପୂଜା କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଚକ୍ରଧର ବାଡତ୍ୟା ,ସୁରେନ୍ଦ୍ର ସାହୁ ,କେ॰ ରାଜେନ୍ଦ୍ର ଦୋରା ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଉକ୍ତ କାର୍ଯ୍ୟକ୍ରମରେ ଗୁରୁଜୀ ମାନଙ୍କ ମଧ୍ୟରେ ସତ୍ୟବାନ ଗୌଡ( ପ୍ରଧାନ ଆଚାର୍ଯ୍ୟ ) ରବୀନ୍ଦ୍ର କୁମାର ନାୟକ, ରାଜୀବ ଲୋଚନ ସାହୁ,କାଳୁ ଚରଣ ନାହକ , ରବୀନ୍ଦ୍ର କୁମାର ପ୍ରଧାନ ,ଶିବରାମ ସ୍ଵାଇଁ ,ଏବଂ ଗୁରୁମା ମାନଙ୍କ ମଧ୍ୟରେ ସେବତୀ ନାୟକ ,ସ୍ଵର୍ଣଲତା ଗୌଡ ,ଜ୍ୟୋତ୍ସ୍ନାରାଣୀ ପୋଲେଇ, ଏ .ସୁପ୍ରିୟା ପାତ୍ର,ସୁମିତ୍ରା ନାହକ,ସେବକ ବିପ୍ରଚରଣ ଜେନା,ସେବିକା ବବିତା ପରିଡା,ଭାଗ୍ୟଲତା ରାଉତ ପ୍ରମୁଖ ଯୋଗଦେଇ କାର୍ଯକ୍ରମକୁ ସଫଳ କରିଥିଲେ । ଅଭିଭାବକ ମାନେ ନିଜ ନିଜର ଅଧ୍ୟୟନରତ ପୁଅ ଝିଅର ଶିକ୍ଷାଗତ ସମସ୍ୟା ଓ ସମାଧାନ ଉପରେ ଗୁରୁତ୍ଵାରୋପ କରିଥିଲେ ପରିଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସଙ୍ଗ କରିଥିଲେ ।

ରିପୋର୍ଟ ସନାତନ ବେହେରା