ଆସିକାର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଜନ୍ମାଷ୍ଟାମୀ ପାଳିତ

71

ଆସିକା,୨୪/୮(ଜିଲ୍ଳାଖବର) : ଆସିକାର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେଜନ୍ମାଷ୍ଟମୀ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଜନ୍ମାଷ୍ଟମୀ ହିନ୍ଦୁ ମାନଙ୍କର ଏକ ପ୍ରମୁଖ ପର୍ବ ଅଟେ । ହିନ୍ଦୁ ମାନ୍ୟତା ଅନୁସାରେ ସୃଷ୍ଟିର ପାଳନ କର୍ତା ଶ୍ରୀହରି ବିଷ୍ଣୁଙ୍କ ଅଷ୍ଟମ ଅବତାର ନନ୍ଦଲାଲ ବା ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମଷ୍ଟାମୀ ଭାବାରେ ପାଳନ କରାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରପଦ ଅର୍ଥାତ ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀରେ ରୋହିଣି ନକ୍ଷତ୍ରରେ ହୋଇଥିଲା । ଏଥିପାଇଁ ତିଥି ହିସାବରେ ଜନ୍ମଷ୍ଟାମୀ ଆଜି ପାଳନ କରାଯାଉଛି ।

ଏହି ଅବସରରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟି.ଭାସ୍କର ରାଓ, ବିଦ୍ୟାଳୟ ସଭାପତି ପ୍ରମୋଦ କୁମାର ପଣ୍ଡା, ଉପସଭାପତି ବିମଳ ପଟ୍ଟନାୟକ, ସମ୍ପାଦକ ବସନ୍ତ କୁମାର ଷଡଙ୍ଗୀ, ସହସମ୍ପାଦକ ସିମାଚଂଳ ସାହୁ, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ, ଉପଦେଷ୍ଟା ବିଚିତ୍ରା ନନ୍ଦ ପୋଲାଇ, ସହପ୍ରଧାନ ଆଚାର୍ଯ୍ୟ ସୋମନାଥ ପୋଲାକି ପ୍ରମୁଖ ଯୋଗ ଦେଇଥିଲେ । ଜନ୍ମାଷ୍ଟମୀ ଉତ୍ସବରେ ଯେଉଁ ପରମ୍ପାର ରହିଛି ଉପସ୍ଥିତ ଅତିଥି ମାନେ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଦେଇଥିଲେ । କୁନି କୁନି ପିଲା ମାନେ ରାଧାକୃଷ୍ଣ ବେଶରେ ନୃତ୍ୟରେ ରଙ୍ଗୟିତ କରିଥିଲେ ପରିବେଶକୁ । ଏକ ପ୍ରକାର ଭକ୍ତି ଭାବନାର ଉତ୍ସ ଜାଗ୍ରତ ହୋଇଥିଲା । ସେହିଭଳି ଆସିକା ବ୍ଲକ ଅଧିନ ବାବନପୁର ଗ୍ରାମ ଆଦର୍ଶ ଶିଶୁ ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମି ମହାଧୁମ ଧାମରେ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ଆସିକା ଶାନ୍ତିଶକ୍ତି ଭବନର ସଂଚାଳିକା ପ୍ରଭାତି ଭଉଣୀ,ଯୁବ ବିଜେଡି ନେତା ଅନିଲ କୁମାର ନାୟକ,ବ୍ରହ୍ମକୁମାରୀ ଭାଗ୍ୟଲତା ଭଉଣି, ପ୍ରମିଳା ଭଉଣି, ଜ୍ୟୋତି ଭଉଣି, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶ୍ରୀମତି ମଞ୍ଜୁଳା ବାରିକ,ଉପେନ୍ଦ୍ର ନାୟକ, ପ୍ରଧାନ ଆଚାର୍ଯ୍ୟ ସତ୍ୟବାନ ଗୈାଡ, ବଙ୍ଗାଲି ନାହାକ, କାଳୁଚରଣ ନାୟକ, ରବିନ୍ଦ୍ର ନାୟକ, ରାଜୀବ ଲୋଚନ ସାହୁ, ବସନ୍ତ କୁମାର ସାହୁ, ସଭାପତି ରଘୁନାଥ ସାହୁ, ସମ୍ପାଦକ ମଦନ ମୋହନ ବାଡତ୍ୟା, କୋଷାଧ୍ୟକ୍ଷ ଚକ୍ରଧର ବାଡତ୍ୟା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କୁନି କୁନି ପିଲା ମାନେ ରାଧାକୃଷ୍ଣ ବେଶ ହୋଇ ମାଠିଆ ପୋଡ,ଝୁଲଣ, ଶ୍ରୀକୃଷ୍ଣଙ୍କର ଚିତ୍ରଅଙ୍କନ ଓ ରାଧାକୃଷ୍ଣଙ୍କ ନୃତ୍ୟ ଆଦି ପାରମ୍ପରିକ ଢଙ୍ଗରେ ପାଳନ କରିଥିଲେ । ଆସିକା ବାଣୀବିହାର ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ଠାରେ ମଧ୍ୟ ଜନ୍ମାଷ୍ଟାମୀ ପାଳିତ ହୋଇଯାଇଛି । ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁୁରୁମା ରୁନୁଲତା ସ୍ୱାଇଁ, ବିଷ୍ଣୁପ୍ରିୟା ରାଉତ, ବାସନ୍ତି ଗୈାଡ, ଗାୟତ୍ରୀ ଗୈାଡ, ରେଣୁ ଆଚାରୀ, ବବିତା ଗୈାଡ, ବାସନ୍ତି ପ୍ରଧାନ, ବାସନ୍ତି ପତି, ନିନା ମହାରଣା, ସୁଚିତ୍ରା ବେହେରା, ସଂନ୍ଧ୍ୟା ବେହେରା, ଜୟଶ୍ରୀ ଦୋରା, ଆଶିର୍ବାଦ ସାହୁ, ସାଗରିକା ସାସମଲ, ଅନିତା ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଜନ୍ମାଷ୍ଟମୀ ଉତ୍ସବରେ ସାମାଜିିକ ବିଧି ମୁତାବକ ସକାଳ୭.୩୦ ମିନିଟ ସମୟରେ ଦର୍ଶନ,ଆଳତି କରାଯିବା ପରେ ଗୁରୁପୂଜା ହୋଇଥିଲା । କୃଷ୍ଣବେଶ, କୁଷ୍ଣ ଚିତ୍ର, କୃଷ୍ଣ ସାଧାରଣଜ୍ଞାନ ଆଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।