
ବ୍ରହ୍ମପୁର, ୨୩l0୫ : ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟାପକମାନଙ୍କ ଉଦ୍ୟମ କ୍ରମେ ଆଜି ପୂର୍ବାହ୍ଣରେ ଐତିହାସିକ ଉତ୍କଳ ଆଶ୍ରମ ସଭାଗୃହରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ‘ଅନ୍ତରଙ୍ଗେଷୁ… ସମ୍ବର୍ଦ୍ଧନା ପର୍ବ-୨0୨୫’ ଶିରୋନାମାରେ ଆୟୋଜିତ ଏହି ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପୌରୋହିତ୍ୟ କରିଥିଲେ l ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର୍ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପଦାଧିକାରୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏହି ଉତ୍ସବରେ ବ୍ରହ୍ମପୁର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରାକ୍ତନ ଦକ୍ଷିଣାଞ୍ଚଳ ଉପ-ସଚିବ ଡ. କୁଳମଣି ଓଝା, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରାକ୍ତନ ଉପ-ନିର୍ଦ୍ଦେଶକ ସୁଶାନ୍ତ ଦାସ, ନୂତନ ଭାବେ ଯୋଗ ଦେଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପ-ସଚିବ ପବିତ୍ର ମୋହନ ବାରିକ, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପ-ନିର୍ଦ୍ଦେଶିକା ସୁନନ୍ଦା ମେକାପଙ୍କୁ ଅଧ୍ୟାପକମାନଙ୍କ ତରଫରୁ ଉପଢୌକନ ଓ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରତ୍ୟୁତ୍ତରରେ ଉଚ୍ଚଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ଏହି ଚାରି ପଦାଧିକାରୀ ଓଡ଼ିଶାର ଦକ୍ଷିଣାଞ୍ଚଳରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ପ୍ରସାର ନେଇ ନିଜ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ l
ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା ଓ ଇତିହାସ ବିଭାଗ ସହକାରୀ ପ୍ରଫେସର୍ ସୁଶାନ୍ତ ଦାସ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟରେ ଉପ-ନିର୍ଦ୍ଦେଶକ ପଦରେ ଅସ୍ଥାୟୀ ଭାବେ ଡିପ୍ଲୟେଡ୍ ହୋଇଛନ୍ତି l ଏହି ନୂଆ ନିୟୋଜନ ପରିପ୍ରେକ୍ଷୀରେ ଉଭୟଙ୍କୁ ମଧ୍ୟ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l ଡ. ହୃଷୀକେଶ ପଣ୍ଡାଙ୍କ ସଂଯୋଜନାରେ ସଂଚାଳିତ ଏହି ଉତ୍ସବରେ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଅଧ୍ୟାପକ ରୁନାଚନ୍ଦ୍ର ସାହୁ, ଡ. ବନମାଳୀ ପାଣିଗ୍ରାହୀ, ଡ. କୃଷ୍ଣପ୍ରସାଦ ମହାପାତ୍ର, ଡ. ରମେଶ ଚନ୍ଦ୍ର ପ୍ରଧାନ, ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ ପ୍ରଶାନ୍ତ କୁମାର ପାତ୍ର, ଡ. ଶଙ୍କର ପ୍ରସାଦ ଅଧିକାରୀ, ଡ. ସରୋଜ କୁମାର ଜେନା, ଡ. ସ୍ବର୍ଣ୍ଣଲତା ପାଢ଼ୀ, ଡ. ରାମ ପ୍ରସାଦ ପଣ୍ଡା, ଡ. ସନ୍ତୋଷ କୁମାର ଚୌଧୁରୀ, ପ୍ରାଧ୍ୟାପକ ସୂର୍ଯ୍ୟକାନ୍ତ ମହାନ୍ତି, ଡ. ବିଧୁଭୂଷଣ ନାୟକ, ଡ. ରତ୍ନପ୍ରଭା ସାହୁ, ଡ. ସଂଯୁକ୍ତା ପଣ୍ଡା, ଡ. ଶିବ ପ୍ରସାଦ ନାୟକ, ଡ. ମନୋଜ କୁମାର ପଟ୍ଟନାୟକ, ଅଧ୍ୟାପକ ମାନସ ରଞ୍ଜନ ପଟ୍ଟନାୟକ, ଡ. ପ୍ରସନ୍ନ କୁମାର ବିଷୋୟୀ, ଡ. ପୁରୁଷୋତ୍ତମ ସାହୁ, ଡ. ଅଶୋକ କୁମାର ପଣ୍ଡା, ଅଧ୍ୟାପିକା ସଂଯୁକ୍ତା ପଣ୍ଡା, ଅଧ୍ୟାପିକା ସସ୍ମିତା ପଣ୍ଡା, ଡ. ରାମଚନ୍ଦ୍ର ଜେନା, ଡ. ମାନସ ରଞ୍ଜନ ମିଶ୍ର ପ୍ରମୁଖ ଶିକ୍ଷା ପ୍ରଶାସନର ସମ୍ବର୍ଦ୍ଧିତ ଚାରି ପଦାଧିକାରୀଙ୍କ ବ୍ୟକ୍ତିତ୍ୱ ସଂପର୍କରେ ଆଲୋଚନା କରିବା ସଂଗେ ସଂଗେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
ସେହିପରି ମାରୁତି ୱାଲକର୍ କ୍ଲବ୍ ପକ୍ଷରୁ ଡ. ଶଙ୍କର ମାଝୀ, ଅବସରପ୍ରାପ୍ତ ସାମରିକ ସଂଘ ପକ୍ଷରୁ ମେଜର୍ ଅଶୋକ କୁମାର ସାମନ୍ତ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଣ-ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଡ. ପ୍ରଫୁଲ୍ଲ ଦଳେଇ ଏହି ଚାରି ଶିକ୍ଷାଧିକାରୀଙ୍କୁ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ବ୍ରହ୍ମପୁର ସହରର ଅନେକ ଶିକ୍ଷା ସଂସ୍ଥାନ ଓ ସାଂସ୍କୃତିକ ସଂଗଠନ ମଧ୍ୟ ଉପର୍ଯ୍ୟୁକ୍ତ ଶିକ୍ଷାବିତ୍ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ l ନଳିନୀ କୁମାର ଗୌଡ଼ ଓ କାଳୀ ପ୍ରସାଦ ନାୟକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ l ଶେଷରେ ଡ. ସଞ୍ଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l



