ତ୍ରୀରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଲେ ବିଧାୟକ

66

ଚିକିଟି୧୮/୫(ଜିଲ୍ଲା ଖବର) : ଭାରତୀୟ ସେନା ଙ୍କ ମନୋବଳ ବୃଦ୍ଧି ତଥା ଅପରେସନ ସିନ୍ଦୁର ସଫଳତା ପାଇଁ ଚିକିଟି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଏବଂ ମନୁ ସେନା ସମ୍ପାଦିକା ମୀନା ସାମନ୍ତରା ଏବଂ ଜନସାଧାରଣ ବାଇକ ଶୋଭାଯାତ୍ରା କରିଥିଲେ ।

ଏହି ଅବସରରେ ତିନି ବାହିନୀ ର ବୀର ଯବାନ ଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ବିଧାୟକ ଚିକିଟି ଏନ୍ଏସି ର କରବାଲୁଆ ଠାରୁ ପାତ୍ରପୁର ଯାଏଁ ଏକ ବାଇକ୍ ଶୋଭାଯାତ୍ରା ରେ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ରେ ଏନ ଏସି କର୍ମଚାରୀ ଓ ବହୁ ଜନସାଧାରଣ ଯୋଗ ଦେଇ ବାଇକ ଶୋଭାଯାତ୍ରା ରେ ଚିକିଟି ରୁ ପାତ୍ରପୁର ପରିକ୍ରମା କରିଥିଲେ। ସମସ୍ତେ ହାତରେ ତ୍ରୀରଙ୍ଗା ପତାକା ଧରି ବନ୍ଦେ ମାତରଂ ନାରା ସହର ପରିକ୍ରମା କରିଥିଲେ।