
ବ୍ରହ୍ମପୁର,୨୧/୪(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ୍ ଏଣ୍ଡ ଗାଇଡ୍ ଆନୁକୂଲ୍ୟରେ ସ୍ଥାନୀୟ ହିଲଲପାଟଣା ସ୍ଥିତ ମାତୃଶ୍ରୀ ଅଙ୍ଗଲୋ ଭେଦିକ ସ୍କୁଲର ସ୍କାଉଟ ଏଣ୍ଡ ଗାଇଡ୍ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସ୍କୁଲ ରାସ୍ତା ଦେଇ ଯାଉଥିବା ପଥଚାରୀଙ୍କୁ ଚଲ୍ଲା ଦହି ପଣା ବଣ୍ଟନ କରିଥିଲେ । ଏହି ଅବସରରେ ସ୍କୁଲର ସମ୍ପାଦକ କୁମୁଦ ଚରଣ ପାଢ଼ୀ ଓ ଅଧକ୍ଷ ଦ୍ୱାରିକାନାଥ ପଣ୍ଡା ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ବିତରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଦ୍ୟାଳୟର ସ୍କାଉଟ ଶିକ୍ଷକ ସୁରେଶ ଚନ୍ଦ୍ର ପାଢ଼ୀ, ଗାଇଡ଼ କ୍ୟପ୍ଟେନ୍ ଅରୁନ୍ଧତୀ ପାଢ଼ୀଙ୍କ ସହ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।



