ସମାଜିକ ଅନୁଷ୍ଠାନ “ସେବା ସଂସ୍ଥାନ” ରକ୍ତଦାନ ଶିବିର ରୁ ୧୪୫ ୟୁନିଟ ରକ୍ତ ସଂଗୃହିତ

110

ଚିକିଟି, ୧୬/୩( ):ଚିକିଟି ପେଣ୍ଠ ସ୍ଥିତ ଅନ୍ନପୂର୍ଣ୍ଣା ଭବନ (କୁମୁଟି ପେଣ୍ଠ )ପରିସରରେ ସମାଜିକ ଅନୁଷ୍ଠାନ “ସେବା ସଂସ୍ଥାନ “ସହଯୋଗ ରେ ଅନୁଷ୍ଠିତ ହୋଇଥିବା ସ୍ବେଛାକୃତ ରକ୍ତଦାନ ଶିବିର ରୁ ୧୪୫ ୟୁନିଟ ରକ୍ତ ସଂଗୃହିତ ହୋଇଛି l ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ଡାକ୍ତର ରଶ୍ମିତା ପାଣିଗ୍ରାହୀ,ସୁଜିତ କୁମାର ସାହୁ, ରିଙ୍କୁ ସାହୁ, ସୁଶାନ୍ତ କୁମାର ପାଣିଗ୍ରାହୀ, ଭଗବାନ ବରlଡ଼, ଅମୁଲ୍ୟ ବେହେରା ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ l ଚିକିଟି କଳିଙ୍ଗ ବୈଶ୍ୟ ସମାଜ ପୃଷ୍ଟି ସୂର୍ଯ୍ୟନାରାୟଣ ସୁବୁଦ୍ଧି, ସେବା ସଂସ୍ଥାନ ଉପଦେଷ୍ଟା କିଶୋର ଚନ୍ଦ୍ର ପାଢ଼ୀ, ପି. ରାମାରାଓ ସୁବୁଦ୍ଧି ରକ୍ତଦାନ ଶିବିରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ସେବା ସଂସ୍ଥାନ ର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ନାରାୟଣ ସେଠି, ସମାଜସେବୀ ତଥା ଶିକ୍ଷକ କେ. ସିମାଞ୍ଚଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏବଂ ସେବା ସଂସ୍ଥାନ ର ସମସ୍ତ ସଭ୍ୟ ଙ୍କ ସହଯୋଗ ରେ ସ୍ବେଛାକୃତ ରକ୍ତଦାନ ଶିବିର ସଫଳ ହୋଇଥିଲା l ଏଭଳି ମହତ କାମ ରେ ସମସ୍ତ ରକ୍ତଦାତା, ସେବା ସଂସ୍ଥାନ ସଭ୍ୟ ସହଯୋଗ କରିଥିବାରୁ ସେବା ସଂସ୍ଥାନ ଅନୁଷ୍ଠାନ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି l