ବୁଲେଟ୍ ଧକ୍କାରେ ୨ ସ୍କୁଟି ଆରୋହୀ ଗୁରୁତର

352

ଚିକିଟି, ୧୪/୦୩(ଜିଲ୍ଲା ଖବର) : ଟାମଣାଘାଟି ମାଧୁରୀ ଗ୍ରାମ ନିକଟରେ ସ୍କୁଟି ସହିତ ବୁଲେଟ ଧକ୍କାରେ ୨ ସ୍କୁଟି ଆରୋହୀ ଗୁରୁତର। ଗୁରୁତର ଦୁଇ ହେଲେ ଚିକିଟିପେଣ୍ଠର ସହଦେବ ସାହୁ ଓ କେlଳଥୁଆ ଗ୍ରାମର ବଳରାମ ନାଇକ। ଉଭୟେ କୌଣସି କାମରେ ବ୍ରହ୍ମପୁର ଯାଇ ସନ୍ଧ୍ୟା ୬ଟାରେ ଚିକିଟି ଅଭିମୁଖେ ଟାମଣା ଘାଟି ରାସ୍ତାରେ ଫେରୁଥିବା ବେଳେ ମାଧୁରୀଗାଁ ପାଖରେ ବୁଲେଟ ସହ ସ୍କୁଟି ଧକ୍କା ହୋଇଥିଲା। ସେମାନେ ରାସ୍ତାରେ ଛିଟ୍‌ଟ୍କି ପଡ଼ି ଗୁରୁତର ହୋଇଥିଲେ। ଖବର ପାଇ ଚିକିଟି ତହସିଲଦାରଙ୍କ ଗାଡ଼ିରେ ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିଟି ମେଡିକାଲକୁ ଅଣାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପରେ ବଳରାମ ନାୟକ ଙ୍କୁ ବିଶାଖାପାଟନ ସ୍ଥିତ modicover ମେଡିକାଲ କୁ ସ୍ଥାନାନ୍ତର କରାଗଲା , ସେ ଘରକୁ ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ତାଙ୍କ ସହିତ ଦୁଇ ଅବବାହିତl ଝିଅ ଓ ବିଧବା ମା ତାଙ୍କ ଘରେ ରୁହନ୍ତି l ଡାକ୍ତର ଙ୍କ ପରାମର୍ଶ ରେ ତାଙ୍କ ମସ୍ତିଷ୍କ ର ଅପେରସନ ଅତି ଆବଶ୍ୟକ ରହିଛି l ଅପେରସନ ପାଇଁ ଦୁଇ ଲକ୍ଷ ଟଙ୍କା ଆବଶ୍ୟକ ରହିଛି l ତାଙ୍କ ପରିବାର ଆର୍ଥିକ ପରିସ୍ଥିତି ଠିକ୍ ନାହିଁ ।ହେଇ ଖବର ଜାଣିବା ପରେ ସେବା ସଂସ୍ଥାନ ର ସଭ୍ୟ ମାନେ ଅବ ସର ପ୍ରାପ୍ତ ଶିକ୍ଷକ କିଶୋର ପାଢ଼ୀ ଓ ସେବା ସଂସ୍ଥାନ ର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ଵ ରେ ତାଙ୍କ ଘରକୁ ଯାଇ କୋଡ଼ିଏ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ ,ତାଙ୍କ ପରିବାର ଓ ଗ୍ରାମ ବାସୀ ସେବା ସଂସ୍ଥାନ ର ସହଯୋଗ ରେ ଖୁସି ପ୍ରକଟ କରିଥିଲେ।ଓ ଅନ୍ୟ କେଇ ବଦାନ୍ୟ ବ୍ୟକ୍ତି ଓ ସଂସ୍ଥା ସହଯୋଗ କରିବାକୁ ଅନୁରୋଧ କରିଥିଲେ