ଗଡଦାମୋଦର ପଲି ବିଦ୍ୟାଳୟର ବାର୍ଷିକ ଉତ୍ସବ

80

ଧରାକୋଟ,୬/୩(ଜିଲ୍ଲା ଖବର) : ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ଗଡ ଦାମୋଦର ପଲି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବେଶ ଉତ୍ସାହ ର ସହ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକ ରେ ମୁଖ୍ୟ ଅତିଥି ଭାବରେ ଏ ବି ଇ ଓ ତଥା ବି ଆର ସି ସି ସୌରୀ ଶଙ୍କର ବେହେରା,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ୱାଦିକ ହୃଦାନନ୍ଦ ଜେନା,ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ସିମାଞ୍ଚଳ ବେହେରା, ସି ଆର ସି ସି ସୂର୍ଯ୍ୟ ନାରାୟଣ ନାହାକ , ବରିଷ୍ଠ ଶିକ୍ଷୟିତ୍ରୀ ଛାୟା ଦେବୀ ଓ ଏସ ଏମ ସି ସଭାପତି ଟୁକୁନା ଗୌଡ଼ ଉପସ୍ଥିତ ରହି ବିଦ୍ୟାଳୟ ରେ ଶିକ୍ଷଣୀୟ ପରିବେଶ ବଜାୟ ରଖିବା,ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ର ଛାତ୍ରୀ ମାନଙ୍କ ଶୃଙ୍ଖଳା ଜ୍ଞାନ ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଜଗନ୍ନାଥ ପଢ଼ିହାରି ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ନିରଞ୍ଜନ ପଟ୍ଟନାୟକ,ଶିକ୍ଷୟତ୍ରୀ ,ଦୀପ୍ତି ନାୟକ,ପ୍ରଜ୍ଞା ପ୍ରକାସିନି ପଟ୍ଟନାୟକ, ନମିତା ଦାସ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।