
ଧରାକୋଟ,୬/୩(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଓଳମ୍ବା ଗ୍ରାମରେ ନୂତନ ଭାବେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ନାମ ସଂକୀର୍ତ୍ତନ ମଣ୍ଡଳୀ ଗଠନ କରାଯିବା ପରେ ଏହାର ଶୁଭ ଉନ୍ମୋଚନ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ବ୍ଲକ କଳା ସଂସ୍କୃତି ସଙ୍ଘ ଉପ ସଭାପତି ଲଡୁ କିଶୋର ସେଠୀ ଏହାର ଉନ୍ମୋଚନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଧରକୋଟ ବ୍ଲକ କଳା ସଂସ୍କୃତି ସଙ୍ଘ ର ଉପ ସଭାପତି ସୁବାସ ଚନ୍ଦ୍ର ସ୍ୱାଇଁ,ସମ୍ମାନିତ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ସଭାପତି ଶିବରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷକ ଅଜିତ କୁମାର ସାହୁ କାର୍ଯକ୍ରମ କୁ ପରିଚାଳନା କରିଥିଲେ । ସଙ୍କୀର୍ତ୍ତନ ମଣ୍ଡଳୀର ପରିଚାଳକ ଭାବରେ ରବୀନ୍ଦ୍ର କୁମାର ସାବତ ଓ ସହ ପରିଚାଳକ ଭାବରେ ଗୌରାଙ୍ଗ ଗୌଡ଼ ଓ ଅଧିକାରୀ ଭାବରେ ମଧୁ ସାହୁ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଗୁରୁ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଙ୍କ ଦିଗ ଦର୍ଶନରେ ଗୁରୁ ଦୁଃଖା ଗୌଡ଼ ଓ ସନ୍ତୋଷ ପାଣିଗ୍ରାହୀ ନୂତନ ଭାବରେ ତେର ଜଣ ଶିଷ୍ୟଙ୍କୁ ରାମ ନାମ ଓ ହରି ନାମ ସହ ମୃଦଙ୍ଗ ବାଦ୍ୟ ର ତାଳ, ଲୟ,ସ୍ୱର ଶିକ୍ଷାଦାନ କରିଥିଲେ ।
ହଜି ଯାଉଥିବା ଲୋକୋକଳା ଓ ପାରମ୍ପରିକ ବାଦ୍ୟ କୁ ସାଉଁଟିବା ସହ ଆଗାମୀ ପିଢ଼ି ପାଇଁ ଏହାକୁ ବଞ୍ଚାଇ ରଖିବ ସମାଜରେ ବିଭିନ୍ନ ଧାର୍ମିକ ଓ ମାଙ୍ଗଳିକ କର୍ମରେ ଭକ୍ତି ମୟ ପରିବେଶ ସୃଷ୍ଟି କରିବା ପାଇଁ ଶିଷ୍ୟ ମାନେ ଗୁରୁଙ୍କ ପାଖରେ ଶପଥ ଗ୍ରହଣ କରିଥିଲେ।
ବର୍ତ୍ତମାନ ଆଧୁନିକତାର ଛାପ ରେ ଅଧୋଗତି ଆଡ଼କୁ ଯାଉଥିବା ସମାଜରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ସହିତ ଆଜିର ଦିନରେ ମହାମନ୍ତ୍ର ଉଚ୍ଚାରଣ ଦ୍ଵାରା ଆତ୍ମସନ୍ତୋଷ ଲାଭ କରିବା ସାଙ୍ଗକୁ ଶିଶୁ ତଥା କିଶୋର ମାନଙ୍କୁ ନକାରାତ୍ମକ ପରିବେଶ ରୁ ନିବୃତ୍ତ କରି ସତ୍ ପଥରେ ପରିଚାଳିତ କରାଇବା ସହ
ଗ୍ରାମ୍ୟ ଜୀବନର ଭାଇଚାରା ସୃଷ୍ଟି କରିବା ସଙ୍କୀର୍ତ୍ତନ ଏକ ପ୍ରକୃଷ୍ଠ ମାଧ୍ୟମ । ଏହି ଉତ୍ସବରେ ଧରାକୋଟ ବ୍ଲକ କଳା ସଂସ୍କୃତି ସଙ୍ଘ ର ସଦସ୍ୟ ଦେବେନ୍ଦ୍ରନାଥ ଦାସ, ପାଣ୍ତବ ବିଷୋୟୀ, ଟୁନା ଗୌଡ଼,ସୁଧାକର ସ୍ୱାଇଁ ଓ କୃଷ୍ଣ ଚନ୍ଦ୍ର ଗୌଡ଼ ଙ୍କ ସମେତ ବହୁ କଳାକାର ଉପସ୍ଥିତ ରହିଥିଲେ। ଶେଷରେ ଶିଶୁ କଳାକାର ମାନେ କଳା ପରିବେଷଣ କରିଥିଲେ।



