ଜାତୀୟ ସୁରକ୍ଷା ଦିବସ ରେ ଜାଭିୟର୍ସ ସ୍କୁଲ୍ ତରଫରୁ ସଚେତନତା

9

ବ୍ରହ୍ମପୁର ୦୪/୦୩(ଜିଲ୍ଲା ଖବର) : ଜାତୀୟ ସୁରକ୍ଷା ଦିବସ ଅବସରରେ ମୀନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ୍ ଅଧକ୍ଷ କେ. ସି ପଣ୍ଡା ଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ନିର୍ଦ୍ଦେଶକ ଡକ୍ଟ ର ଜି.ଏସ.ପଣ୍ଡା, ସହ ନିର୍ଦ୍ଦେଶକ ଇଂଜିନିୟର କୁନାଲ୍ କୌଶିକ ପଣ୍ଡା ପ୍ରମୁଖ ଅତିଥି ରୂପେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କିପରି ନିଜର ସୁରକ୍ଷା କରାଯାଇପାରିବ ସେ ସଂପର୍କ ରେ ଆଲୋକପାତ କରିଥିଲେ ।

ସ୍କାଉଟ ଗାଇଡ ଛାତ୍ର ଛାତ୍ରୀ ମାନେ ହାତରେ ପ୍ଲାଗ କାର୍ଡ ଧରି ପଦ ଯାତ୍ରାରେ ସୁରକ୍ଷା ସଂପର୍କ ରେ ସଚେତନ କରାଇ ଥିଲେ । ସଡ଼କ ସୁରକ୍ଷା କିପରି କରାଯିବ, ଶ୍ରମିକ ମାନେ କିପରି ନିଜକୁ ଶ୍ରମ କ୍ଷେତ୍ରରେ ସୁରକ୍ଷିତ ରହିବେ ଓ ଆଜିର ଯୁବ ସମାଜ କିପରି ପ୍ରତି କ୍ଷେତ୍ରରେ ନିଜର ଆଉ ସମାଜର ସୁରକ୍ଷା କରିପାରିବେ ସେ ସଂପର୍କ ରେ ଛାତ୍ରଛାତ୍ରୀ ମାନେ ସଚେତନ କରାଇଥିଲେ । ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ମିନତୀ ଷଡ଼ଙ୍ଗୀ, ଅନୁପମା ପ୍ରଧାନ, ସୌମ୍ୟା ସ୍ୱାଗତିକା,ଉପାସନା ସାହୁ ଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ସ୍କୁଲ ତରଫରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଅନୁରୂପ ଏଥିରେ ସହଯୋଗ ଯୋଗାଇ ଦେଇଥିଲେ।