ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା

33

ବୁଗୁଡ଼ା,୦୪/୦୩(ଜିଲ୍ଲା ଖବର) : ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ inବିଦ୍ୟାଳୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦ୍ବାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ସୁଚାରୁରୂପେ ପରିଚାଳିତ ହେଉଅଛି। ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସ ପରୀକ୍ଷା କେନ୍ଦ୍ରରେ ଅଧୀକ୍ଷକ ଦାୟିତ୍ଵରେ ଥିବାବେଳେ ବରିଷ୍ଠ ପ୍ରାଧ୍ୟାପକ ବିଭୂତି ଭୂଷଣ ବେବର୍ତ୍ତା ଉପ ଅଧୀକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଯୁକ୍ତ ଦୁଇ କଳା ସ୍ରୋତରେ ପ୍ରାୟ ତିନି ଶହ ପରୀକ୍ଷାର୍ଥୀ ଓ ଯୁକ୍ତ ଦୁଇ ବିଜ୍ଞାନ ସ୍ରୋତରେ ପଞ୍ଚସ୍ତରୀ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରଣୀତ ନୀତି ନିୟମକୁ ପାଳନ ପୂର୍ବକ ଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା କରାଯାଉଛି। ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳା ରକ୍ଷା ଓ ଅନୁଶାସନ ନିମନ୍ତେ ପ୍ରାୟ ତିରିଶଟି ସିସି ଟିଭି କ୍ୟାମେରା ସଂସ୍ଥାପନା କରାଯାଇଛି।

ବିଦ୍ୟାଳୟର ସଭାପତି ତଥା ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଓ ବ୍ରହ୍ମପୁର ସ୍ଥିତ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଉପ ସଚିବ କୁଳମଣି ଓଝା ଙ୍କ ନିର୍ଦେଶ ପ୍ରକାରେ ଓ ପରୀକ୍ଷା ପରିଚାଳନା ସମ୍ବନ୍ଧିତ ସମସ୍ତ ନୀତି ନିୟମ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଛି। ଫେବୃଆରୀ ଅଠର ରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ମାର୍ଚ୍ଚ ମାସ ଛବିଶ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତି ପରୀକ୍ଷା ଆରମ୍ଭ ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଫାଟକରେ ବ୍ୟାପକ ଯାଞ୍ଚ କରାଯାଉଥିବା ବେଳେ ପରୀକ୍ଷା ଚାଲୁଥିବା ସମୟରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ପୁନଶ୍ଚ ଏକ ଅନ୍ତଃ ଯାଞ୍ଚ କରାଯାଉଛି। ପରୀକ୍ଷାର୍ଥୀ ମାନଙ୍କ ସୁବିଧା ନିମନ୍ତେ ବିଶୁଦ୍ଧ ପାନୀୟ ଜଳ ସହିତ ସ୍ବତନ୍ତ୍ର ଶୈ।ଚାଳୟ ବ୍ୟବସ୍ଥା କରାଯାଇଥିବା ବିଷୟ କେନ୍ଦ୍ର ଅଧୀକ୍ଷକ ଜଣାଇଛନ୍ତି।