ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଲୋଚନା ସହ ସମ୍ୱର୍ଦ୍ଧନା

9

ବ୍ରହ୍ମପୁର ୩/୩(ଜିଲ୍ଲା ଖବର) : ଆନ୍ତର୍ଜାତୀୟ ମହିଳା ଦିବସ କୁ ଦୃଷ୍ଟିରେ ରଖି ଫୋଗ୍ସି ତରଫରୁ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଗାୟତ୍ରୀ କ୍ଲୀନିକ ର ସମ୍ମିଳନୀ କକ୍ଷରେ ବରିଷ୍ଠ ସ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓ ଡାକ୍ତର ପାର୍ଥସାରଥୀ ତ୍ରିପାଠୀଙ୍କ ମିଳିତ ଆନୁକୁଲ୍ୟରେ ଏକ ଆଲୋଚନା ସଭା ସହ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଅବଦାନ ପାଇଁ ପ୍ରତିଭା ଧାରୀ ନାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଭାରତୀୟ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ସୋସାଇଟି ର ଫୋଗ୍ସୀ ତରଫରୁ ଆଯୋଜନ କରାଯାଇଥିଲା । ଏହାର ପରିଚାଳନା ଡାକ୍ତର ପାଣିଗ୍ରାହୀ ଓ ଡାକ୍ତର ଆଶା ଜୈନ ଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଡାକ୍ତର ଇତିଶ୍ରୀ ମିଶ୍ର ସ୍ରୀ ଓ ପ୍ରସୂତୀ ବିଶେଷଜ୍ଞା, ଅଞଳି ଦାଶ ସୁଲେଖିକା ଓ ଓକିଲ, ଡାକ୍ତର ଏ ଭି ଲକ୍ଷ୍ମୀ ,ରୋଗ ନିରୂପଣ ବିଭାଗ ମୁଖ୍ୟ ଓ ଗବେଷକ ଆନ୍ଧ୍ରପ୍ରଦେଶ, ଅମିତା ପଟ୍ଟନାୟକ- ବ୍ରହ୍ମପୁର ଆକାଶବାଣୀର ବରିଷ୍ଠ ଉଦଘୋଷିକା, ଉଷାରାଣୀ ମହାପାତ୍ର -ଅନ୍ନେଷା କଳାକେନ୍ଦ୍ରର ପ୍ରତିଷ୍ଠାତ୍ରୀ, ସ୍ବପ୍ନାରାଣୀ ପାଣିଗ୍ରାହୀ ଶିକ୍ଷୟତ୍ରୀ , ପରିବେଶ ପ୍ରେମୀ , ଡାକ୍ତର ରାଜେଶ୍ୱରୀ ସାହୁ ମେଧାବୀ ଓ କର୍ତ୍ତବ୍ୟନିଷ୍ଠ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ମେଧାବୀ ଛାତ୍ରୀ ଓ ଓଡିଶାର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଐଶ୍ଵର୍ଯ୍ୟା ପାଣିଗ୍ରାହୀ, ପ୍ରିୟଙ୍କା ପଟ୍ଟନାୟକ ଇଂଜିନିୟରି ଓ ଆକାଶବାଣୀ ବ୍ରହ୍ମପୁର ଯୁବବାଣୀର ଉଦଘୋଷିକା ପ୍ରମୁଖ ରହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ୍ କୁମାର୍ ସାହୁ ଙ୍କୁ ମଧ୍ୟ ଦୀର୍ଘ ବର୍ଷର ସାମ୍ବାଦିକତା ଆଉ ସମାଜସେବା ଲାଗି ଅନୁଷ୍ଠାନ ତରଫରୁ ଏଠାରେ ସମ୍ମାନିତ କରାଯାଇଥିଲା । ସେହି ପରି ସ୍ପନ୍ଦନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ା ସନ୍ଧ୍ୟା ରାଣୀ ପାଣିଗ୍ରାହି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।