ବିଶ୍ଵ ନିକେତନ ଜରା ନିବାସ ଶଯ୍ୟା ସଂଖ୍ୟା ବୃଦ୍ଧିନେଇ ମହାନ ସଂଘର ନିଷ୍ପତ୍ତି

20

ବ୍ରହ୍ମପୁର ୩/୩(ଜିଲ୍ଲା ଖବର) : ମହାନ ସଂଘ ଦ୍ୱାରା ପରିଚାଳିତ ରାମଚନ୍ଦ୍ରପୁର ଗ୍ରାମ ସ୍ଥିତ ବିଶ୍ଵ ନିକେତନ ଜରା ନିବାସ ରେ ଅନ୍ତେବାସୀ ଙ୍କ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ଅଧିକା ସୁବିଧା ଯୋଗାଈ ଦେବା ନିମନ୍ତେ ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରକୋଷ୍ଟରେ ମହାନ ସଂଘ ମାସିକ ବୈଠକ ରେ ନିଷ୍ପତି ହୋଇଛି l ସଂଘ ସଭାପତି ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବ୍ରହ୍ମପୁର ମହୋତ୍ସବ ର ସମୀକ୍ଷା କରାଯିବା ସହ ଭବିଷ୍ୟତ ଯୋଜନା, ସଭ୍ୟ ସଂଖ୍ୟା ବୃଦ୍ଧିନେଇ ଆଲୋଚନା ସହ ଅଧିକ ଜନହିତକର କାର୍ଯ୍ୟ ସଂଘ ତରଫରୁ ନିଆଯିବା ନିମନ୍ତେ ନିଷ୍ପତି ହୋଇଥିଲା l ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଉପସଭାପତି ଭି ରବି ଗୁପ୍ତା ଧନ୍ୟବାଦ ପ୍ରଦାନ କରିଥିଲେ l ବିଶ୍ଵନାଥ ପଟନାୟକ, ପ୍ରକାଶ ଭାଜନୀ, ଡ ସନ୍ଧ୍ୟାରାଣୀ ପଟନାୟକ, ପି. ବୁଚି ବାବୁ, ଡ଼ା ଇ ଜୟନ୍ତୀ ରାଓ, ସୁଦିପ କୁମାର୍ ସାହୁ, ବନ୍ଦିତା ତ୍ରିପାଠୀ, ନିବେଦିତା ପାଢ଼ୀ, ପ୍ରଭାସିନୀ ପଣ୍ଡା, ଡ଼ .ଧନ ଲଷ୍ମୀ ପଟନାୟକ, ଆଦିତ୍ୟ ନାରାୟଣ ରଥ, ପ୍ରଫୁଲ୍ଲ ପାତ୍ର, ହରିକୃଷ୍ଣ ମିଶ୍ର, ସୁନିଲ କୁମାର ବିଶ୍ୱାସ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l