ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ଦଳର ୟୁପି ଗ୍ରସ୍ଥ

10

ବ୍ରହ୍ମପୁର,୧/୩(ଜିଲ୍ଲା ଖବର) : ଆଜି ପୂର୍ବାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ୧୮ ଜଣିଆ ସାଂସ୍କୃତିକ ଦଳ ୟୁପି ଗ୍ରସ୍ଥ କରିଛନ୍ତି l ନୋଇଡାଠାରେ ଥିବା ଆମିଟି ବିଶ୍ୱବିଦ୍ୟାଳୟରେ ଆସନ୍ତା ୩ ଠାରୁ ୭ ମାର୍ଚ୍ଚରେ ଆୟୋଜିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଜାତୀୟ ୟୁବ ମହୋତ୍ସବରେ ଯୋଗ ଦେବେ l ପ୍ରକାଶ ଥାଉ କି, ଗତ ଜାନୁୟାରୀ ମାସରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହୋତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦଳଗତ ଆଦିବାସୀ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ମହୋତ୍ସବକୁ ଚୟନ ହୋଇଥିଲେ l

ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ତରଫରୁ ଦଳଗତ ନୃତ୍ୟରେ ଥିବାବେଳେ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅନିଶା ଦେବୀ ମେହେନ୍ଦିରେ ପ୍ରତିଦ୍ବନ୍ଦୀଭାବେ ଯୋଗ ଦେଉଛନ୍ତି l ଏଥିରେ ଟିମ ମେନେଜର ଭାବେ ଡ ମିହିର କୁମାର ତ୍ରିପାଠୀ ଏବଂ ଶୁଭସ୍ମିତା ସାହୁ ଯୋଗ ଦେଉଛନ୍ତି l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଯୁଗ୍ମ କୁଳସଚିବ ଡ ବାବୁଜି ସାମଲ, ଛାତ୍ର ସହ କୁଳସଚିବ ଡ ସରୋଜ କୁମାର ଦାଶ ଏବଂ ସାଂସ୍କୃତିକ ସଂଯୋଜିକା ଡ ସରିତା ଦାଶ ପ୍ରମୁଖ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ