
ଚିକିଟି,୨୦/୨(ଜିଲ୍ଲା ଖବର) : ପାତ୍ରପୁର ବ୍ଳକ ତଣ୍ଡିପୁରୁ କ୍ଲଷ୍ଟର ଡୁଙ୍ଗୁରୁଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପରିଚାଳନା କମିଟି ସଭାପତି ଇନ୍ଦିରା ସେଠିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରିତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ମୁଖ୍ୟ ବକ୍ତା ଭାବେ ସମାଜସେବୀ ସନାତନ ବିଷୋୟୀ ,ସମ୍ମାନିତ ଅତିଥି ଭାବେ ଖରିଆଗୁଡ଼ା ମହାବିଦ୍ୟାଳୟ ଅଧ୍ୟକ୍ଷ ବି.କୃତିବାସ , ଖଇର ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ଗଦାଧର ପାଢ଼ୀ ,ଖଇର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଉରୀ ରାଉତ,ଶିକ୍ଷକ ନେତା ଅନନ୍ତ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ | ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା,ନବରତ୍ନ ପୁରସ୍କାର ପ୍ରାପ୍ତ ଡୁଙ୍ଗୁରୁଗୁଡ଼ା ଗ୍ରାମର ଅଙ୍ଗନୱାଡି କର୍ମୀ G.ରେଣୁ ଓ ୨୦୨୩-୨୪ ଶିକ୍ଷା ବର୍ଷରେ ଉକ୍ତ ଗ୍ରାମର ଦଶମ ଶ୍ରେଣୀରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ G.ସୁପ୍ରଭା,ରାଜା ପ୍ରଧାନ,ଉଦିତ ମହାରଣା,G. ଶେଖର ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରଧାନ ଶିକ୍ଷୟିତ୍ରୀ ମନୋରମ ଦାସ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ କେ.ସିମଞ୍ଚଳ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଶିକ୍ଷକ ଶିବରାମ ସାହୁ, ସୁଦାମ ବେହେରା ସହଯୋଗ କରିଥିଲେ



