ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସଚେତନତା

12

ବ୍ରହ୍ମପୁର,୧୯/୨(ଜିଲ୍ଲା ଖବର) : ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁ ଥିବା ଓ ଦୋକାନୀ ଫେକ୍ଟ୍ରି କରୁଥିବା ବ୍ୟବସାୟୀ ମାନଙ୍କୁ ଚଢ଼ାଉ କରାଯିବ ଅପରିଷ୍କାର ଖାଦ୍ୟ ବିକ୍ରି କରୁଥିବା ଓ ଲାଇସେନ୍ସ ନୋ ଥାଇ ଫେକ୍ଟ୍ରି ଚଳାଉ ବ୍ୟକ୍ତିଙ୍କୁ ସଚେତନ କରାଯାଉଛି l ଏଥି ପାଇଁ ଏକ ପ୍ରଚାର ଗାଡ଼ି ମଧ୍ୟମରେ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ସଚେତନତା କରାଯାଉଛି l ସମସ୍ତ ଖାଦ୍ୟ ବ୍ୟବସାୟୀ ନିଜ ନିଜର ଖାଦ୍ୟ ସାମଗ୍ରୀକୁ ପରିସ୍କାର ରଖିବା ଓ ଗ୍ରାହକ ମାନଙ୍କୁ ବିଷୁଦ୍ଧ ପାନୀୟ ଜଳ ଯୋଗାଇବା ସହ ଖାଦ୍ୟ ଲାଇସେନ୍ସ କରିବାକୁ ପରାମର୍ଶ ଦିଆଯାଇଛି l ଏହି ଅବସରରେ ଖାଦ୍ୟ ନିରାପତା, ଅଧିକାରୀ ସ୍ମିତା ଖାଡ଼ଙ୍ଗା ସୂଚନା ଦେଇଛନ୍ତି l ସତ୍ୟଜିତ ବେହେରା,ଲିଜା ମେଡ଼ମ,ମଙ୍ଗୁଳୁ ଦାସ, ପ୍ରଭଞ୍ଜନ ପଣ୍ଡା, ଦିବାକର ନାୟକ, ବସନ୍ତ ନାୟକ, ଓ ଶିବରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l