କୁକୁଡ଼ାଖଣ୍ଡି, (ବିଜୟ କୁମାର ଗୌଡ) : ଗଞ୍ଜାମ ଜିଲ୍ଲା ଟାମଣାଘାଟି ଆଖିପାଖ ଅଞ୍ଚଳରେ ପୁଣିଥରେ ହାତୀଦଳ ଯୋଗୁଁ ୫ଟି ଗ୍ରାମର ଅଧିବାସୀ ଧନଜୀବନ ହାନିର ଆଶଙ୍କା କରି ଭୟଭିତ ଅବସ୍ଥାରେ ରହିଥିବା ସୂଚନା ମିଳିଛି l ବରପଲ୍ଲୀ, ବନ୍ତପଲ୍ଲୀ, ବିକାଶପୁର, ଭେଲପଡା, ଉତ୍ସବାଢ଼, ଡଙ୍ଗିନାଳ, ଉସ୍ଥବାଡ, ପ୍ରଭୁତି ଅଞ୍ଚଳରେ ବ୍ୟାପକ ଧାନଗୋଦା ସହ ଅତ୍ୟଧିକ ନଡ଼ିଆ ଗଛ, ଆମ୍ବଗଛ ଏବଂ ବାଉଁଶ ଲଟିକୁ ନଷ୍ଟ କରିଛନ୍ତି l

ଜଙ୍ଗଲ ବିଭାଗ ତରଫରୁ ହାତୀଙ୍କୁ ଘଉଡିବା ପାଇଁ ପୂର୍ବରୁ ନିଆଯାଇଥିବା ବ୍ୟବସ୍ଥାରେ ହାତୀଦଳ ଭୟଭିତ ହେଉନଥିବା ଏବଂ ଡ଼ଙ୍ଗିନାଳ ଭିତରେ ରହୁଥିବା ଖବର ମିଳିଛି l ହାତୀଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଜଙ୍ଗଲ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l




