
ପୁରୁଷୋତ୍ତମପୁର,୧୯/୨(ଜିଲ୍ଲା ଖବର) : ପୁରୁଷୋତ୍ତମପୁର ବ୍ଲକରେ ପୂର୍ବରୁ ବିଡ଼ିଓ ଥିବା ମନୋଜକୁମାର ନାୟକ ଙ୍କ ବଦଳି ହୋଇଗଲା ପରେ ତାଙ୍କ ସ୍ଥାନରେ କଳାହାଣ୍ଡି ଜିଲ୍ଲା ଧର୍ମ ଗଡ଼ ବ୍ଳକରେ ବିଡ଼ିଓ ଥିବା ଶରତ ଚନ୍ଦ୍ର ପାତ୍ର ସେଠାରୁ ରିଲିଭ ହୋଇ ଆଜି ପୂର୍ବାହ୍ନ ରେ ଆସି ପ୍ରଥମେ ମାଆ ତାରା ତାରିଣୀ ଙ୍କ ଦର୍ଶନ କରି ତାଙ୍କର ଆଶିଷ ଭିକ୍ଷା କରି ବ୍ଲକ କୁ ଆସି ବିଡ଼ିଓ ଦାୟିତ୍ୱ ରେ ଥିବା ଅତିରିକ୍ତ ବିଡ଼ିଓ ନିରାକାର ଜେନା ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଥିଲେ | ବ୍ଲକ ଷ୍ଟାଫ ସମୂହ ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ | ସେ ଜଣେ ପରୋପକାରୀ କର୍ତ୍ତବ୍ୟ ନିଷ୍ଟ, ଦାୟିତ୍ୱ ବାନ, ଏବଂ ସବୁ କାର୍ଯ୍ୟକୁ ସମାଧାନ କରି ଜନ ପ୍ରତିନିଧିଙ୍କ ମୁହଁରେ ହସଫୁଟଇ ବାରେ ସକ୍ଷମ ଅଟନ୍ତି | ଦାୟିତ୍ୱ ନେବାର କିଛି ସମୟ ପରେ 80 ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ରାଜ୍ୟ ସରକାର ଙ୍କ ଦ୍ୱାରା ପ୍ରଦତ୍ତ 3500 ଟଙ୍କା ମଧ୍ୟରୁ 500 ଜଣ ଙ୍କୁ ଦିଆ ଯିବା ପାଇଁ ଲିଷ୍ଟ ହୋଇ ଥିଲା, ତାହାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବିଧାୟକପୁର୍ଣଚନ୍ଦ୍ର ସେଠୀ, ବ୍ଲକ ଅଧକ୍ଷା ପିଙ୍କି ବେହେରା, ଙ୍କ ଦ୍ୱାରାବ୍ଲକ ପୂର୍ବତନ ବିଡ଼ିଓ,ନିର୍ବାହୀ ଯନ୍ତ୍ରୀ ଭତ୍ତା ବିଭାଗ ଅଧିକାରୀ ଓ ଜନ ପ୍ରତିନିଧିଙ୍କଉପସ୍ଥିତି ରେ କିଛି ଭିର୍ଣ୍ଣକ୍ଷମ ବ୍ୟକ୍ତିଙ୍କୁଏହି ଅର୍ଥ ରାଶିବିଧାୟକ ବଣ୍ଟନ କରିଥିଲେ | ତେବେ କିଛିଦିନ ପରେ 195 ଜଣ ଭତ୍ତା ପ୍ରାପ୍ତ ବ୍ୟକ୍ତିଙ୍କୁ କିଛି ଅସୁବିଧା ଦର୍ଶାଇ ବିଏସ ଏସ ଓ 3500 ସହ ଟଙ୍କାରୁ 1300 ଟଙ୍କା କାଟି 1200 ସହ ଟଙ୍କା ପ୍ରଦାନ କରିଥିଲେ | ଏହାଉପରେ ନୂତନ ବିଡ଼ିଓଶରତ ଚନ୍ଦ୍ରପାତ୍ର ଙ୍କ ଦୃଷ୍ଟି ଆକର୍ଷଣ ପରେ ସେମାନଙ୍କ ଦୁଃଖ ବୁଝି କାଲିକି ସେମାନଙ୍କୁ ବଳକା ଅର୍ଥ ପ୍ରଦାନ କରିବାକୁ ତୁରନ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ | ତେବେ ଏହି ମହତ ଓ ଉଦାର ଭାବ ଦେଖି କିଛି ଜନ ପ୍ରତି ନିଧି ଓ ଭିର୍ଣ୍ଣକ୍ଷମ ବ୍ୟକ୍ତି କୃତଜ୍ଞତା ଜ୍ଞାପନକରିଥିଲେ | ଆଗକୁ ଠିକ ଭାବରେ ସବୁ ଲୋକଙ୍କ କାର୍ଯ୍ୟ ଭଲ ରେ କରିବେ ବୋଲି ସମସ୍ତଙ୍କୁ ପ୍ରତିଶୃତି ଦେଇଥିଲେ |



