
ଚିକିଟି୧୫/୨(ଜିଲ୍ଲା ଖବର) : ଚିକିଟିପେଣ୍ଠ ଅନ୍ତର୍ଗତ ଲୋକନାଥପୁର ଗ୍ରାମ ନିବାସୀ ଶ୍ରୀମତୀ ରମା ନାଇକ ଆଜକୁ ଦୁଇ ମାସ ପୂର୍ବେ ରୋଷେଇ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇ ଅଣ୍ଟା ଠାରୁ ଆଣ୍ଠୁ ପର୍ଯ୍ୟନ୍ତ ପୋଡ଼ି ଯାଇଥିଲା । ତାଙ୍କ ଘରେ କେହି ନଥିବାରୁ ତାଙ୍କୁ ପାଖା ପଡିଶା ଲୋକେ ମେଡିକାଲ ନେଇ ଚିକିତ୍ସା କରି ଆଣିଥିଲେ ପରେ ତାର ଏକମାତ୍ର ଝିଅ କୋଲକାତା ରୁ ଆସି ବ୍ରହ୍ମପୁର ମେଡିକାଲ୍ ନେଇ ଚିକିତ୍ସା କରେଇ ଥିଲେ ।ସେ ଏବେ ମେଡିକାଲ୍ ରୁ ଆସି ଘରେ ଅଛନ୍ତି ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି । ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି ଏବେ ସେ ଶଯ୍ୟାଶାୟୀ ,ଅଧିକ ଚିକିତ୍ସା ନିମନ୍ତେ ଅର୍ଥର ଅଭାବ। ଏହି ଖବର ଶୁଣିବା ମାତ୍ରେ ସେବା ସଂସ୍ଥାନର ସମସ୍ତ ସଦସ୍ୟ ଅବସର ପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ପାଢୀଙ୍କ ନେତୃତ୍ଵ ରେ ସେଠାରେ ପହଞ୍ଚିଥିଲେ । ଗୋଟିଏ ଚାଉଳ ବସ୍ତା କିଛି ରାସନ ସାମଗ୍ରୀ ସହ 3500 ଟଙ୍କା ସାହାଯ୍ୟ କରିଥିଲେ । ଏମିତି ନିଃସ୍ଵାର୍ଥପର ସାହାଯ୍ୟ ଦେଖି ସେଠାକାର ଅଞ୍ଚଳବାସୀ ସେବା ସଂସ୍ଥାନ ପ୍ରତି ଖୁବ୍ ପ୍ରଶଂସା କରିଥିଲେ ।ଏହା ବ୍ୟତୀତ ସେବା ସଂସ୍ଥାନ ଅନେକ ଜାଗାରେ ଶୀତ ଦିନ ରେ କମ୍ବଳ ବଣ୍ଟନ, ରକ୍ତଦାନ ଶିବିର,ଚକ୍ଷୁ ଚିକିତ୍ସା ଶିବିର,ବୃକ୍ଷ ରୋପଣ ଏହିପରି ଅନେକ ସେବା ପ୍ରଦାନ କରି ସେବା ସଂସ୍ଥାନ ଗଞ୍ଜାମ ଜିଲ୍ଲାରେ ଖୁବ୍ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଭଗବାନ ସେବା ସଂସ୍ଥାନ ପ୍ରତି ଏମିତି ଆଶୀର୍ବାଦ କରନ୍ତୁ ଏବଂ ସେବା ସଂସ୍ଥାନର ସମସ୍ତଙ୍କୁ ସେବା କରିବାର ଶକ୍ତି ଦିଅନ୍ତୁ ଏହାହିଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।



