
ପୁରୁଷୋତ୍ତମପୁର,୧୩/୨(ଜିଲ୍ଲା ଖବର) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ ଖରିଡ଼ା ଗ୍ରାମର ଶେଷ ପ୍ରାନ୍ତରେ ଥିବା କାଳେଶ୍ଵର ଉଚ୍ଚ ବିଦ୍ୟଳୟ ରୁପାଞ୍ଚ , ପାଞ୍ଚ ଥର ଚୋରି ହୋଇ ଯାଇଛି | ଲୋକଙ୍କ କହିବା କଥା କି ବାହାର ଚୋର କିମ୍ବା ଏରିଆର ଚୋର ଯେଉଁମାନେ ବି ହୋଇ ଥାଆନ୍ତୁ ସେମାନେ ଶିକ୍ଷା ଭଳି ଅନୁଷ୍ଠାନ କୁ ମଧ୍ୟ ଛାଡିଲେ ନାହିଁ, କମ୍ପୁଟର, ଠାରୁ ଆରମ୍ଭ କରି ସବୁ ଜିନିଷ ଚୋରି କରି ଥରେ ନୁହଁ ଲଗାତାର ପାଞ୍ଚ ଥର ଲୁଟି ନେଇଯାଇଛନ୍ତି | ଏଇତ ଗଲା ସ୍କୁଲ ଏହାପୂର୍ବରୁ କାଳେଶ୍ଵର ମହାଦେବ ଙ୍କ ହୁଣ୍ଡି ଭାଙ୍ଗି ମଧ୍ୟ ଟଙ୍କା ସୁନା ଚୋରି କରି ନେଇଯାଇଥିଲେଚୋର | ଯାହାକି ଏପର୍ଯ୍ୟନ୍ତ ସେମାନ ଙ୍କ ଟେର ପାଇ ପାରିଲାନି ପୋଲିସ | ଯାହା ତଦନ୍ତ ହେଲା ତାହା ଦ୍ୱାରା ଚୋର ମାନେ ବୋଧେ ଆଶ୍ବସ୍ତି ପାଇ ଗଲେ | ଯାହା ଫଳରେ ସେମାନେ ହୁଅନ୍ତୁ କିମ୍ବା ଅନ୍ୟ ଗୋଷ୍ଠି ଏହି ସ୍କୁଲ ରୁ 5 ଥର ଚୋରି କରିବାକୁ ସକ୍ଷମ ହେଲେ | ସ୍କୁଲ ର ଇନଚାର୍ଜ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ଶବର କବିସୂର୍ଯ୍ୟ ନଗର ଥାନାରେ ଏଫଆର ଦେଲାପରେ ପୋଲିସ ଆସି ତଦନ୍ତ କରୁଛି | କିନ୍ତୁ ସେହି ତଦନ୍ତ ରେ ସ୍କୁଲ ର ଛାତ୍ର, ଛାତ୍ରୀ ଖୁସି ନୁହନ୍ତି କିମ୍ବା ସ୍କୁଲ ପରିଚାଳନା କମିଟି ବୃନ୍ଦ, ଏବଂ ଅଭିଭାବକ ମାନେ ମଧ୍ୟ ଖୁସି ନାହାନ୍ତି | ତେଣୁ ଏହା ଉପରେ ଏସ୍ଡ଼ିପିଓ ଙ୍କ ବଦଳି ହୋଇ ଯାଇଥିବାରୁ ଆସିବାକୁ ଥିବା ନୂଆଁ ଏସଡ଼ିପିଓ କିମ୍ବା ଏସପି ଗୁରୁତ୍ୱ ଦେଲେ ପ୍ରକୃତ ଚୋର ଧରା ପଡିବ ଏବଂ ଆଗକୁ ସେମାନେ ଆଉ ଏପରି ହୀନ କାର୍ଯ୍ୟ କରିବାକୁ କେବେ ସାହସ କରି ପାରିବେନି | ତେବେ ଏହାର ସମାଧାନ ନହେବାରୁ ସ୍କୁଲ ପିଲାମାନେ ସ୍କୁଲ ଆଗରେ ପୁରୁଷୋତ୍ତମପୁର ଆସ୍କା ରାସ୍ତାକୁ ଅବରୋଧ କରି ଧାରଣା ରେ ବସି ଥିଲେ | ଏହି ଖବର ପାଇ ଖରିଡ଼ା ସରପଞ୍ଚ ପ୍ରତିନିଧି ରମେଶ ଦଳେଇ ପହଞ୍ଚି ଛାତ୍ର, ଛାତ୍ରୀ ଙ୍କୁ ବୁଝା, ସୁଝା କରି ରାସ୍ତାରୁ ଉଠିଯିବାକୁ କହିଥିଲେ ମଧ୍ୟ ପିଲାମାନେ ଧାରଣା ରେ ବସିବାରୁ ସେ ପୋଲିସ କୁ ତୁରନ୍ତ ଖବର ଦେଇଥିଲେ | କବିସୂର୍ଯ୍ୟ ନଗର ଥାନାଷ୍ଟାଫ ପହଞ୍ଚି ବୁଝା ସୁଝା କରିବା ପରେ ଛାତ୍ର, ଛାତ୍ରୀ ମାନେ ରାସ୍ତାରୁ ଉଠି ଥିଲେ!| ତେବେ କେବେ ଧରାପଡିବ ମନ୍ଦିର ଚୋରି ସାମାନ ଓ ସ୍କୁଲ ର ପ୍ରାୟ 5ଲକ୍ଷ ଟଙ୍କାର ଉପକରଣ | ତେବେ ଚୋର ମାନେ ସିସିଟିଭି ସହିତ ସମସ୍ତ ତାର ଗୁଡ଼ିକ କାଟି ନଷ୍ଟ୍ର ଭଷ୍ଟ୍ର କରିଦେଇଛନ୍ତି | ତେଣୁ କେବେ ଚୋର ଧରାପଡି ଚୋରି ଜିନିଷ ଉଦ୍ଧାର ହେବ ତାହାକୁ ହିଁ ଅପେକ୍ଷା ରହିଛି | ଯଦି ପୋଲିସ ଏହା ଉପରେ ଗୁରୁତ୍ୱ ନଦିଅନ୍ତି ତେବେଛାତ୍ର, ଛାତ୍ରୀ ମାନେ ପୁଣି ଆନ୍ଦୋଳନ ରେ ବସିବେ ବୋଲି ଚେତା ବନି ଦେଇଛନ୍ତି | ଏହି କାର୍ଯ୍ୟରେ ଗୋପାଳ ବାରିକ ସହିତ ଅନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |



