
ବ୍ରହ୍ମହପୁର,୧୨/୨(ଜିଲ୍ଲା ଖବର) : ବୁଧବାର ଦିନ ସ୍ଥାନୀୟ ଚାଚା ନେହେରୁ କ୍ଲଷ୍ଟର ଅନ୍ତର୍ଗତ ଚାଚା ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ରହ୍ମପୁରରେ 65 ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ବେହେରା ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ l ମୁଖ୍ୟ ବକ୍ତା ଏ ବି ଓ ଶ୍ରୀମତୀ କୁସୁମ ପଢି, ସଂମ୍ମାନିତ ଅତିଥି ଭାବେ ଶ୍ରୀ ରାଜେଶ କୁମାର ତାରିଣୀ ସଭାପତି ମହାନଗର ଶିକ୍ଷକ ସଙ୍ଘ,ସମ୍ମାନିତ ଅତିଥି ରୂପେ ଶ୍ରୀ ଅବନୀ କୁମାର ପାଢ଼ୀ ସମ୍ପାଦକ ପ୍ରାଥମମିକ ଶିକ୍ଷକ ସଙ୍ଘ ମହାନଗର, CRCC ଶ୍ରୀ ବାଙ୍କ ପ୍ରଧାନ,କର୍ପୋରେଟର ଶ୍ରୀମତୀ କାଦମ୍ବରୀ ଦାସ, SMC ସଭାପତି ଜ୍ୟୋସ୍ନା ନାୟକ ଓ ଉପସଭାପତି ଧର୍ମେନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟ ର ସମସ୍ତେ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ପ୍ରତିଯୋଗୀତା ରେ ଅଂଶ ଗ୍ରହଣକରି ଶ୍ରେଷ୍ଠ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରିବା ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ. କର୍ମଚାରୀ ମାନଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ଅନେକ ଅବିଭାବକ ଉପସ୍ଥିତି ଥିଲେ l ଶେଷରେ ଶିକ୍ଷକ ଶ୍ରୀ ସଚ୍ଚିଦାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l



