କବିତା ସଙ୍କଳନ “ମାଛ ଧରାଳିର ଗୀତ” ଉନ୍ମୋଚିତ

1

ଚିକିଟୀ,୧୨/୨(ଜିଲ୍ଲା ଖବର) : ସୁନାପୁର ବେଳାଭୂମି ମୁକ୍ତ ଆକାଶ ତଳେ ଏକ ବର୍ଣ୍ଣାଢ଼୍ୟ ଶାନ୍ତସରଳ ପରିବେଶ ରେ ସୁନାପୁର ଗ୍ରାମ ନିବାସୀ ଶ୍ରୀ ରଘୁନାଥ ବେହେରାଙ୍କ ଜୈଷ୍ଠ ପୁତ୍ର ଯୁବ କବି ବସନ୍ତ ବେହେରା ଙ୍କ କବିତା ସଙ୍କଳନ ‘ମାଛ ଧରାଳିର ଗୀତ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବିପିନ୍ ନାୟକ, ପ୍ରଫେସର ଇ.ରାଜା ରାଓ,କବି ବାଦଲ ମହାନ୍ତି, କଥାକାର କାର୍ଟୁନିଷ୍ଟ ଭବାନୀ ପାଟ୍ଟଯୋଶୀ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ଯାମିନୀକାନ୍ତ ଦାସ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ମନୋରଞ୍ଜନ ପାଣିଗ୍ରାହୀ, ହିମାଂଶୁ ପରିଡା,କେ.ଶାମବାବୁ ଦୋରା, ଅଞ୍ଜଳି ଦାଶ, ଭାଗ୍ୟଲକ୍ଷ୍ମୀ ମହାରଣା, ଶର୍ମିଷ୍ଠା ପାଣିଗ୍ରାହୀ,କେ. ଜୟଶ୍ରୀ ଦୋରା, ମୋନାଲିସା ଦାସ, ସଂଘମିତ୍ରା ଦୋରା, ଦୀପ୍ତିମିତା ମହାପାତ୍ର, ସୁଶାନ୍ତ ଦାସ, ଭଗବାନ ତ୍ରିପାଠୀ,ଅନୁପ କୁମାର ମିଶ୍ର, ସୁଶାନ୍ତ କର, ଗିରିଜା ଶଙ୍କର ଦାଶ, ଯୋଗେଶ୍ୱର ପଣ୍ଡା,ଡଃ. ବିଭୁତି ଭୁଷଣ ଚୌଧୁରୀ, ଭଗବାନ ତ୍ରୀପାଠୀ, ନଳିନୀକାନ୍ତ ଗୈାଡ, ଗଙ୍ଗାଧର ବେହେରା, ବିଭୂଦେନ୍ଦ୍ର ପାଢ଼ୀ, ଦୁର୍ଗା ମାଧବ ମହାରଣା,ମୀନକେତନ ବେହେରା, ଶ୍ରୀବତ୍ସ ସାହୁ, ବାବୁଲା ସେଠୀ, ଅଧ୍ୟାପକ ପ୍ରକାଶ ବେହେରା, ଜଳନ୍ଧର ବେହେରା,ହୀନମଣି ବେହେରା, ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସ୍ବସ୍ତି ସୁନ୍ଦର ସିଅ ଅତି ସୁନ୍ଦର ଭାବେ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ନିଜ ପୁସ୍ତକ ରଚନାର ସଫଳତା ବାପା ମାଆଙ୍କୁ ଉତ୍ସର୍ଗ କରିଥିଲେ।