
ଧରାକୋଟ,୫/୨(ଜିଲ୍ଲା ଖବର) : ରାଜ୍ୟ ସରକାରଙ୍କ ର ପ୍ରଯୋଜିତ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଧରାକୋଟ ବ୍ଲକ ରେ ମଧ୍ୟ ଉଦଘାଟିତ ହୋଇଯାଇଛି। ବିଡ଼ିଓ ଡେନିସ୍ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଆଭାଶି କାର୍ଯ୍ୟକ୍ରମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ,ଏବିଡିଓ ସୁଶୀଲ ପଟ୍ଟନାୟକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ଜିପିଇଓ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତ ଗାଁ ହେବ ବିକଶିତ ଏବଂ ଓଡ଼ିଶା ହେବ ବିକଶିତ ଏହି ଯୋଜନା ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବା ସହ ଏଥିରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରା ଯିବା ଲକ୍ଷ ରହିଛି। ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯିବା ଲକ୍ଷ ରଖା ଯାଇଛି।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତର ସମସ୍ତ ଗାଁ କୁ ବିକାଶ କରାଯିବ।ଏହି ଯୋଜନା ମାଧ୍ୟମରେ ଗାଁ ଗାଁ ରେ କଲ୍ୟାଣ ମଣ୍ଡପ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳ ପୂଜା ପୀଠ, ଗୋଷ୍ଠୀ ସଭାଗୃହ,ପିଇବା ପାଣି, କଲ୍ୟାଣ ମଣ୍ଡପ, ରାସ୍ତା ଘାଟ, ପୋଖରୀ ଖନନ ସମେତ ସମସ୍ତ ଉନ୍ନୟନ କାର୍ଯ୍ୟ କରାଯିବ ଏଥିପାଇଁ ପ୍ରତି ପଞ୍ଚାୟତ ପାଇଁ ଖସଡ଼ା ଓ ଯୋଜନା ସମୟ ସୀମା ଭିତରେ କରାଯିବ ଏହି କାର୍ଯ୍ୟକ୍ରମ ରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ,ଓ ମିଶନ ଶକ୍ତି ମା ମାନଙ୍କ ସମେତ ବହୁ ଜନ ସାଧାରଣ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ କୁ ଏସିପି ଅମେଶ ବେହେରା ପରିଚାଳନା କରିଥିବା ବେଳେ ଡିଇଓ ରଶ୍ମୀ ରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।




