Home ଆଞ୍ଚଳିକ ପାରିନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାରିନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

127

ଖଲ୍ଲିକୋଟ,୫/୨(ଜିଲ୍ଲା ଖବର) : ଖଲିକୋଟ ବ୍ଲକ ଅନ୍ତର୍ଗତ ବାକୁଟୁଗାଁ ପଞ୍ଚାୟତର ପାରିନୂଆଗାଁ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସରପଞ୍ଚ ଗଣେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ପଦ୍ମ ଚରଣ ସୁବୁଦ୍ଧି, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କାଳୁରାମ ମହାରଣା,ସିଆରସିସି ପ୍ରମୋଦ ପ୍ରଧାନ, ସମାଜସେବୀ ବିରେନ ରାୟ, ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ,ସମିତି ସଭ୍ୟା ସରସ୍ବତୀ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିପିନ ବିହାରୀ ସାହୁ,ସଞ୍ଜୟ ପ୍ରଧାନ ଓ ଗ୍ରମ ସଭାପତି ଯୋଗ ଦେଇଥିଲେ ।ସଭାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଧାୟକ ମୂଖପତ୍ର ଉନମୋଚନ କରିଥିଲେ ଏବଂ ଏଠାରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନିର୍ମାଣ ପାଇଁ ଚେଷ୍ଟା କରିବା ନେଇ ଉଦବୋଧନରେ କହିଥିଲେ। ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ରବୀନ୍ଦ୍ର ନାୟକ, ମନୋଜ ସାହୁ,ଅନ୍ନପୂର୍ଣ୍ଣା ପ୍ରଧାନ,ସୁଜାତା ବେହେରା, ପିଙ୍କି ରାଉଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଦୂର୍ଯ୍ୟୋଧନ ପଲେଇ ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଅଜୟ କୁମାର ପାଣିଗ୍ରାହୀ। ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମର ବ୍ୟକ୍ତି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।