
ଚିକିଟି,୪/୨(ଜିଲ୍ଲା ଖବର) : ଚିକିଟି ତାଲୁକା ଗିରିସୋଲା ପଞ୍ଚାୟତ ପନ୍ଦରା ସମାଜ ରମ୍ପା ଗ୍ରାମ କୃଷ୍ଣ ବାଡତ୍ୟା ବୟସ 45 ବର୍ଷ ଦୈନିକ ମଜୁରିଆ ଥିଲେ। କିଛିଦିନ ତଳେ ଏକ ଦୁର୍ଘଟଣାରେ ତାଙ୍କରି ଦୁଇଗୋଡ଼ କଟିଯାଇ ଥିଲା ,ଗତ 25 ତାରିଖରେ ସେ ଇହଲୀଳା ତ୍ୟାଗ କରିଥିଲେ। ତାଙ୍କରି ଦୁଇଟି ଝିଅ ବଡ ଝିଅ ଆଶ୍ରମ ବିଦ୍ୟାଳୟ ରେ 7ମ ଏବଂ 2ୟ ଝିଅ ଟି 3ୟ ଶ୍ରେଣୀ ରେ ଅଧ୍ୟୟନ ରତ। ଘର ନଥିବା ହେତୁ ଭଡାଘରେ ରହୁଛନ୍ତି। ସେହି ଶୋକସନ୍ତପ୍ତ ପରିବାରର ଏକାଦଶ ଦିବସରେ ଚିକିଟିତାଲୁକା ଏବଂ ଗିରିଶଲା ପଂଚାୟତ ପନ୍ଦରା ସମାଜ ତରଫରୁ ଆର୍ଥିକ ସାହାର୍ଯ୍ୟ ସ୍ୱରୂପ ନଗଦ 10051ଟଙ୍କା ପ୍ରଦାନ କରାଯାଇଛି। ଏବଂ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଏକ ବାସଗୃହ ପାଇପାରିବେ ଏବଂ ସରକାରଙ୍କ ଅନାନ୍ୟ ସୁବିଧା କିପରି ପାଇବେ ସେଥିନିମନ୍ତେ ସହଯୋଗ କରାଯିବ ବୋଲି ଆଶ୍ୱାସନା ଦିଆଯାଇଥିଲା।



