ଡୁଙ୍ଗୁରୁଗୁଡା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ସରସ୍ବତୀ ପୂଜା ପାଳିତ

64

ଚିକିଟି,୪/୨(ଜିଲ୍ଲା ଖବର) : ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମା ସରସ୍ୱାତୀଙ୍କ ପୂଜା ଭକ୍ତିମୟ ପରିବେଶ ମଧ୍ୟରେ ଅତି ଧୂମଧାମ ରେ ପାଳିତ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ନୂଆ ପୋଷାକ ପରିଧାନ ପୂର୍ବକ ସକାଳୁ ବିଦ୍ୟାଳୟ କୁ ଆସିଥିଲେ ‌। ଦୁଙ୍ଗୁରୁଗୁଡା ଗ୍ରାମ ର କୀର୍ତନ ମଣ୍ଡଳୀ ଆସି ବିଦ୍ୟାଳୟ ରେ କୀର୍ତନ କରିଥିଲେ ।ଗ୍ରାମ ର ସନ୍ତୋଷ ମହାରଣା,ରଞ୍ଜନ ବେହେରା,ବାବୁ ସେଠି, G ରୀଙ୍କୁଣ,ପ୍ରଭାତ ଙ୍କ ନେତୃତ୍ବରେ କୀର୍ତ୍ତନ ହୋଇଥିଲା । ରାମ ପୁରୋହିତଙ୍କ ଦ୍ୱାରା ପୂଜାପାଠ କରାଯାଇ ଥିଲା। ପ୍ରଧାନ ଶିକ୍ଷୟତ୍ରୀ ମନୋରମା ଦାସ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ। ପରିଶେଷରେ ସବୁ ଛାତ୍ରଛାତ୍ରୀ ପ୍ରସାଦ ସେବନ କରି ନିଜ ନିଜ ଘର କୁ ପ୍ରତ୍ୟାବର୍ତନ କରିଥିଲେ। ବିଦ୍ୟାଳୟ ପରିବେଶ ଅତି ସୁନ୍ଦର୍ ଥିଲା