ପ୍ରଶାସନିକ ଅଧିକାରୀଙ୍କ ପ୍ରୟାସ

6

ଧାନ ମଣ୍ଡି ବୁଲି ସମସ୍ୟା ସମାଧାନ ନେଇ ଚାଷୀଙ୍କୁ ପ୍ରତିଶ୍ରୁତି ଦେଲେ

ଧରାକୋଟ,୩/୨(ଜିଲ୍ଲା ଖବର) : ଧରାକୋଟ ବ୍ଲକର 15 ଗୋଟି ମଣ୍ଡି ଓ 5 ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ପରିଚାଳିତ ଧାନ ମଣ୍ଡି ବୁଲି ଦେଖିଛନ୍ତି
ଧରାକୋଟ ବି ଡି ଓ ଡେନିଜ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ। ଧାନ କିଣାରେ ସ୍ବଚ୍ଛତା,ମଣ୍ଡି ରେ ଅବ୍ୟବସ୍ଥା ଓ ଟୋକେନ ଜନିତ ସମସ୍ୟା କୁ ନେଇ ଚାଷୀ ମାନଙ୍କ ମନରେ ଉପୁଜିଥିବା ଆଶା ଓ ଆଶଙ୍କା କୁ ଦୂର କରିଛନ୍ତି ।


ମଣ୍ଡି ପରିଦର୍ଶନ ବେଳେ ଚାଷୀ ଯେପରି କଟନି ଛଟନି ର ଶିକାର ନହୋଇ ଶୁରୁଖୁରୁ ରେ ଧାନ ବିକ୍ରି କରିବେ ସେ ସଂକ୍ରାନ୍ତୀୟ ସ୍ଥିତି ପରିଖି ସମବାୟ ସମିତି ସମ୍ପାଦକ ମାନଙ୍କୁ ତାଗିଦ କରିଛନ୍ତି । ସେହିପରି ଚାଷୀ ମାନଙ୍କ ସହ ଆଲୋଚନା କରି ସମସ୍ତେ ଯେମିତି ଏଫ୍ ଏ କିୟୁ ମାନର ଧାନ ମଣ୍ଡି କୁ ଆଣିବେ ସେଥିପାଇଁ ସଚେତନ କରିଛନ୍ତି । ଚାଷୀଙ୍କ ସହ ଆଲୋଚନା ବେଳେ ଟୋକେନ ଅବଧି ସରିଯିବା ନେଇ ଅଭିଯୋଗ ସହ ଭୁଲ ଧାରଣା କୁ ପଦାଧିକାରୀ ମାନେ ଦୂର କରିଛନ୍ତି। ଧରାକୋଟ ବ୍ଲକର 8026 ଜଣ ଚାଷୀ ଙ୍କ ଠାରୁ ଚଳିତ ଖରିଫ ଋତୁରେ 204656 କ୍ଵିଣ୍ଟାଲ ଧାନ ସଂଗ୍ରହ ଲକ୍ଷ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 150407 କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ ସୂଚନା ଦେଇଛନ୍ତି ।