
ଚିକିଟି,୨/୧(ଜିଲ୍ଲା ଖବର) : ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଚିକିଟୀ ବ୍ଲକ ଅନ୍ତର୍ଗତ ସୁନାପୂର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଘ୍ନରାଜ ସିଦ୍ଧି ବିନାୟକଙ୍କ ମୃଣ୍ମୟ ମୂର୍ତ୍ତି ପ୍ରତିଷ୍ଠା ହୋଇଯାଇଛି। ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ଦେବହରି ବେହେରା ସପତ୍ନିକ ଉକ୍ତ ମାଙ୍ଗଳିକ କାର୍ଯ୍ୟରେ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, SMC ସଭାପତି, ସଦସ୍ୟ ସଦସ୍ୟା, ଗ୍ରାମ ଭଦ୍ରବ୍ୟକ୍ତିଗଣ ତଥା ସି ଆର ସି ସି ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ଯଥା ସାଧ୍ୟ ସାହାଯ୍ୟ ସହୋଯୋଗ କରି ସମ୍ପାଦନ କରିଥିଲେ। ଛାତ୍ର ଛାତ୍ରୀ ଗଣ ବିଘ୍ନ ରାଜ ଗଣେଶଙ୍କ ସହ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ପିଲା ମାନଙ୍କ ପାଇଁ ବିଦ୍ୟାଳୟ ତରଫରୁ ତିଥି ଭୋଜନ ବ୍ୟବସ୍ଥା କରାଯାଇଥିଲା।



