
ବ୍ରହ୍ମପୁର,୧/୨(ଜିଲ୍ଲା ଖବର) : କେନ୍ଦ୍ର ବଜେଟ ବହୁତ ବଡ଼ିଆ ହୋଇଛି , ମଧ୍ୟମ ବର୍ଗଙ୍କ ପାଇଁ ଆୟକର ବୃଦ୍ଧିର ସୀମା ବୃଦ୍ଧି l କୃଷି, କୃଷକ ଓ କୃଷିର ଭିତିଭୂମି ପାଇଁ ବିପୁଳ ଅର୍ଥ ବରାଦ, ଜୀବନ ରକ୍ଷା କରି ଔଷଧର ମୂଲ୍ୟହ୍ରସ, ମେଡିକାଲ ଶିକ୍ଷା ପାଇଁ ବିପୁଳ ଧନରାଶିର ବ୍ୟବସ୍ଥା ସାଙ୍ଗକୁ ପାନୀୟ ଜଳ ଯୋଗାଣ ପାଇଁ ଯୋଜନା,ମହିଳା ଶସସ୍ତ୍ରିକାରଣ, ଯୁବ ବର୍ଗ ପାଇଁ ରୋଜଗାର ର ବ୍ୟବସ୍ଥା ଓ ଗ୍ରାମାଞ୍ଚଳ ପାଇଁ ସଡ଼କ ଯୋଜନାରେ ଧନ ରାଶିବୃଦ୍ଧି ବଜେଟର ପରିପକ୍ୱକତା କୁ ନିଁର୍ଧେଷ କରୁଛି l ଏହାଶହ ପ୍ରତି ଜିଲ୍ଲା ରେ କ୍ୟାନ୍ସର ଚିକିତ୍ସାଳୟ ଖୋଲାଯିବା ଘୋଷଣା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ଅଟେ l ସମସ୍ତ ଶିକ୍ଷା ଅନୁଷ୍ଠାନ ଓ ହସ୍ପିଟାଲ କୁ ଇଣ୍ଟେର୍ନେଟ ଯୋଗାଯୋଗ ସାଙ୍ଗକୁ ଶିଳ୍ପ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବା ଘୋଷଣା ମୋଦି ସରକାରଙ୍କ ଐତିହାସିକ ଘୋଷଣା ଅଟେ l



