
ପୁରୁଷୋତ୍ତମପୁର,୧/୨(ଜିଲ୍ଲା ଖବର) : ପ୍ରତାପପୁର ଆର.ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ଅଷ୍ଟ ଦିବସୀୟ ମହିଳା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଗତ ୨୪ ଜାନୁୟାରୀ ୨୦୨୫ ତାରିଖ ରେ ଶୁଭାରମ୍ଭ ହୋଇ ଗତକାଲି ତଥା ଅନ୍ତିମ ଦିବସ ରେ ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ନାୟକଙ୍କ ପୌରୋହିତ୍ଯରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା,ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଦାସ ବେହେରା,ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମ୍ ଗ୍ରହଣର ଉପାଦେୟତା ଓ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସଂଯୋଜକ ନିହାର ରଞ୍ଜନ ଦାଶ ଥିଲାବେଳେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଶିକ୍ଷିକା ଥିଲେ ଅର୍ଚ୍ଚନା ଦାଶ ଯୋଗ ଦେଇ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ।ଏଥିରେ ବିଦ୍ୟାଳୟର ସମସ୍ତ ୬୨ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ପରିଶେଷରେ ବିଦ୍ୟାଳୟର କ୍ରିଡା ଶିକ୍ଷକ କାଳୁ ଚରଣ ମହାଙ୍କୁଡ଼ ଛାତ୍ରୀ ପ୍ରଶିକ୍ଷାତ୍ରି ମାନଙ୍କୁ ଆତ୍ମ ସୁରକ୍ଷା ନେଇ ନିଜେ ସୁରକ୍ଷିତ ରହି ନିଜ ସମାଜ ଏବଂ ଆଖ ପାଖ ଅଞ୍ଚଳରେ ମହିଳା ସୁରକ୍ଷା ସମ୍ପର୍କ ରେ ସଚେତନତା କରିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ, ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟକ୍ଷ ଅଧ୍ୟକ୍ଷା ପରିଚାଳାନାରେ ସହଯୋଗ କରିଥିଲେ ଏବଂ ପରିଶେଷରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା,ଶେଷରେ ହସ ଉଲ୍ଲାସ ରେ ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ !




