
ଖଲ୍ଲିକୋଟ(ଜିଲ୍ଲା ଖବର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ବାକୁଟୁଗାଁ ପଞ୍ଚାୟତର ପାରିନୂଆଁଗାଁ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସମିତି ସଭ୍ୟ ପଦ୍ମ ଚରଣ ସୁବୁଦ୍ଧି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟା ରାଣୀ ଦଳେଇ, ବଳିଷ୍ଠ ନେତା କିଶୋର ପୋଲେଇ ,ଏବିଇଓ ସିମାଞ୍ଚଳ କାର୍ଜୀ,ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ବେହେରା, ସିଆରସିସି ସନ୍ତୋଷ କୁମାର ଦାସ, ଅଜୟ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ଇନ୍ଦୁ ସେଠୀ ଯୋଗ ଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବରେ ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ, ପ୍ରଭାକର ପ୍ରଧାନ, କାଳୁରାମ ମହାରଣା, ବିପିନ ପ୍ରଧାନ, ବିନାୟକ ଭାଇ,ସଞ୍ଜୟ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ କମିଟି ସଭାପତି ପ୍ରକାଶ ଚନ୍ଦ୍ର ସ୍ବାଇଁ ସଭାପତିତ୍ବ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପ ଲତା ସାହୁ ବିବରଣୀ ପାଠ କରିଥିଲେ । ସହକାରୀ ଶିକ୍ଷକ ରବିନ୍ଦ୍ର କୁମାର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଅଭିଭାବକ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର




