
ଧରାକୋଟ,୩୦/୧(ଜିଲ୍ଲା ଖବର) : ଧରାକୋଟ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ସାମାଜିକ ସମିକ୍ଷ୍ୟା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବି ଡି ଓ
ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି, ଜିଲ୍ଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର ମଲାଣ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ଏ ବି ଡି ଓ ସୁଶିଲ ପଟ୍ଟନାୟକ, ଏ ପି ଓ କୃଷ୍ଣ ଚନ୍ଦ୍ର ବେହେରା,ବ୍ଲକ ସାମାଜିକ ସମୀକ୍ଷକ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକ ସାମାଜିକ ସମୀକ୍ଷକ ଭଗବାନ ପଣ୍ଡା ବିବରଣୀ ଉପସ୍ଥାପନ କରିଥିଲେ । ଶିବିରରେ 2024/25 ବର୍ଷର ମନରେଗା ଓ ପଞ୍ଚଦଶ ଅର୍ଥ କମିଶନ ସହାୟତାର ଶୁଣାଣି କରାଯାଇ ଏହାର ଉପାଦେୟତା ଓ ଲୋକେ ପାଉଥିବା ସୁଫଳ ଉପରେ ଆଲୋଚନା କରାଯାଇଥିଲା। ଡି ଏଫ ଓ ପ୍ରମୋଦ କୁମାର ପଣ୍ଡା,ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଶ୍ରୀ ସନୁଜା ପାତ୍ର,ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀକାନ୍ତ ସେଠୀ ଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ। ବିଭାଗୀୟ ଅଧିକାରୀ ସତ୍ୟ ନାରାୟଣ ବେହେରା, ପ୍ରଶାନ୍ତ କୁମାର ଦାସ,ମନରେଗା ଯୋଜନା ବିଭାଗର ଅମେଶ ବେହେରା,ସଞ୍ଜୀବ ରାଉଳ,ଦୀପକ ପଟ୍ଟନାୟକ,ଆଶୁତୋଷ ପ୍ରଧାନ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଆଜିର ଜନ ଶୁଣାଣି ରେ ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କୁ ଅଧିକ ସଂଖ୍ୟାରେ କର୍ମ ନିଯୁକ୍ତି ଦେବା,ଅଧିକ କର୍ମ ଦିବସ ସୃଷ୍ଟି କରିବା ସହ ବକେୟା ରହିଥିବା ନିର୍ମାଣ କାର୍ଯ୍ୟ କୁ ତୁରନ୍ତ ସମ୍ପୂର୍ଣ କରିବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା । ଏ ପି ଓ କୃଷ୍ଣ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।




