ଆକାଉଣ୍ଟାଣ୍ଟ ଓ ଏମ୍ ଆଇ ଏସ୍ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା

1

ବ୍ରହ୍ମପୁର,୨୯/୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲ‌ାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ୍‌ ଓ ଏମ ଆଇ ଏସ କର୍ମଚାରୀ ବହୁ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା‌ରେ ବସିଛନ୍ତି। ଦୀର୍ଘ ୧୨ ବର୍ଷ ରୁ ଉର୍ଦ୍ଧ ସମୟ ଧରି ନିଷ୍ଠା ର ସହ ସ୍ଵଳ୍ପ ବେତନରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଆମ୍ଭ ମାନଙ୍କ ଦାବି ପୂରଣ ନ କରି ସ୍ଵଳ୍ପ ବେତନରେ କାମ କରାଉଛନ୍ତି l ସମଗ୍ର ଜିଲ୍ଲାର ସମୁଦାୟ ୬୭ଜଣ ଏମ ଆଇ ଏସ ତଥା ପ୍ଲାନିଂ କ‌ୋର୍ଡ଼ିନେଟର ଓ ଆକାଉଣ୍ଟାଣ୍ଟ ତଥା ସହାୟକ କର୍ମଚାରୀ ମାନେ ଦାବିପତ୍ର ବୁଧବାର ଦିନ ଗଞ୍ଜାମ ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ସଂଘ ପକ୍ଷରୁ ରାଜ୍ୟସରକାରଙ୍କୁ ଗତ ୨୨ ତାରିଖ‌ରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜରିଆରେ ଧାରଣା ବିଷୟ‌ରେ ସୂଚିତ କରାଯ‌ାଇଛି ।

ଆସନ୍ତା ୧ତାରିଖରୁ ଲୋୟର ପିଏମଜିରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିବା ସଭାପତି କହିଛନ୍ତି। କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତ ଦାବି ସହ ୩୦ ତମ କାର୍ଯ୍ୟକାରୀ କମିଟିର ଅନୁମୋଦନ ଅନୁସାରେ ଦରମା ପ୍ରଦାନ ସହ ଅନ୍ୟାନ୍ୟ ଦାବି ନେଇ ଧାରଣା‌ରେ ବସିବେ କର୍ମଚାରୀ। ଅନ୍ୟପକ୍ଷେ ଏହି କର୍ମଚାରୀଙ୍କ ଧାରଣା ପରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଦ୍ୟାଳୟର ବିଭିନ୍ନ କାମ‌ରେ ବାଧା ସୃଷ୍ଟି ହେବ ବୋଲି କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ କହିଛନ୍ତି।