
ଧରାକୋଟ,୨୮/୧(ଜିଲ୍ଲା ଖବର) : ଧରାକୋଟ ନେତାଜୀ କ୍ଲବ୍ ତରଫରୁ
ଅଞ୍ଚଳର ବରିଷ୍ଠ ନାଗରିକ ନାଗରିକ ମାନଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କ୍ଳବ ର ସଭାପତି ତଥା ସମାଜସେବୀ ସୁନିଲ କୁମାର ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଦାସ ସଭାପତିତ୍ବ କରିଥିଲେ। ପ୍ରଥମେ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଲବ ର ସମସ୍ତ ସଦସ୍ୟ ମାନଙ୍କ ଦ୍ଵାରା ଅଞ୍ଚଳର ବିଭିନ୍ନ ବିଭାଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ସମାଜସେବୀ ହିମାଂଶୁ ଶେଖର ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନେତାଜୀ କ୍ଲବ ତରଫରୁ ଶାନ୍ତିଝର ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।



