Home ଆଞ୍ଚଳିକ ସୁନାପୁର ସରସ୍ଵତୀ ଶିଶୁ ମନ୍ଦିରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ସୁନାପୁର ସରସ୍ଵତୀ ଶିଶୁ ମନ୍ଦିରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

200

ଚିକିଟି,୨୭/୧(ଜିଲ୍ଲା ଖବର) : ସୁନାପୁର ସରସ୍ବତୀ ଶିଶୁ ମନ୍ଦିରରେ ୭୬ତମ ସାଧାରଣତନ୍ତ୍ର ଦିବସ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।ଏଥିରେ ବିଦ୍ୟାଳୟ ପରିଚାଳନ କମିଟିର ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ବେହେରାଙ୍କ ସଭାପତିତ୍ବରେ ଅବସରପ୍ରାପ୍ତ ସେନା କର୍ମଚାରୀ ଶ୍ରୀ ଦଣ୍ଡାସି ବେହେରା, ଶିଶୁ ମନ୍ଦିର ସମ୍ପାଦକ ଶ୍ରୀବତ୍ସ ସାହୁ ଓ ward ମେମ୍ବର ପଦ୍ମନାଭ ବେହେରା ମିଳିତ ଭାବେ ପତକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ଆୟୋଜିତ ସଭାରେ ନିମନ୍ତ୍ରିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ବହୁ ସୁନ୍ଦର ଭାବରେ ଗଣତନ୍ତ୍ର ଦିବସ ର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରି ଥିଲେ । ଏଥିରେ ଶିଶୁ ମନ୍ଦିର ର ଅନେକ ଶିଶୁ ଭାଇ ଭଉଣୀ ହିନ୍ଦୀ, ଇଂରାଜୀ ଓ ଓଡ଼ିଆରେ ଭାଷଣ ରଖି ଥିଲେ। ଅତିଥି ମାନେ ସେମାନଙ୍କ ଭାଷଣ ଶୁଣି ଖୁସିବ୍ୟକ୍ତ କରି ଥିଲେ। ଉକ୍ତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଶିଶୁମନ୍ଦିର ର ଭାଇ ଭଉଣୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ବହୁ ଅଭିଭାବକ ଅଂଶଗ୍ରହଣ କରିଥିଲେ।ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।