
ଖଲିକୋଟ,୨୭/୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ଉପାଧ୍ୟକ୍ଷ ଡକ୍ଟର ଗଜେନ୍ଦ୍ର କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅଧ୍ୟାପକ ଅଧ୍ୟାପିକା ମାନେ ଟ୍ରାଫିକ ନିୟମକୁ କଡାକଡି କରିବା ଏବଂ ସଡକ ସୁରକ୍ଷା ନିୟମକୁ ଠିକ ଭାବେ ପାଳନ କଲେ ଦୂର୍ଘଟଣା ରୋକା ଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ଜିଲ୍ଲା ସଂଯୋଜକ ତଥା ଯୁବ ରେଡକ୍ରସ ପରାମର୍ଶଦାତା ଡକ୍ଟର ଜଗଦୀଶ ଚନ୍ଦ୍ର ପାଲ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଡକ ସୁରକ୍ଷା ସଂପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




