
ପୁରୁଷୋତ୍ତମପୁର୨୭/୧(ଜିଲ୍ଲା ଖବର) : ମିଶନ ଶକ୍ତି ହଲରେ କିଶୋରୀ ବାଳିକା ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶନିମନ୍ତେପ୍ରୋତ୍ସାହନ ପ୍ରତି ଯୋଗିତା କାର୍ଯ୍ୟକ୍ରମ ସମନ୍ୱିତ ଶିଶୁ ବିଭାଗ ଅଧିକାରିଣୀ ମମତା ମଲିକଙ୍କ ସଂଯୋଜନା ରେ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି. ଭାବେ ଜିଲ୍ଲା ପୋଗ୍ରାମ ଅଫିସର ଡ଼ି ନାଗ ରତ୍ନମ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ପିଙ୍କି ବେହେରା, ବିଡ଼ିଓ ଇନଚାର୍ଜ ତହସିଲଦାର ବିନୋଦ କୁମାର ବେହେରା, ଜିଲ୍ଲା ଅଦ୍ଵିକା ସଂଯୋଜକ ଦେବବ୍ରତ ମହନ୍ତ, ଭାଟ କୁମରଡ଼ା ବିପିଏମ ରାଧାକୃଷ୍ଣ ସାବତ, ବ୍ଲକର ସମସ୍ତ ସୁପର ଭାଇଜର, କିଛି ଅଙ୍ଗନବାଡି କର୍ମୀ, କିଶୋରୀ ବାଳିକା ଯୋଗଦେଇଥିଲେ | ତେବେ କାର୍ଯ୍ୟକ୍ରମ ରେ ଅତିଥି ମାନେ କିଶୋରୀ ମାନେ କୌଣସି ଗୁଣରେ କମ ନୁହନ୍ତି, ସରକାର ସେମାନଙ୍କ ପାଇଁ ସବୁକିଛି ବ୍ୟବସ୍ତା, କରିଛନ୍ତି | ସେମାନଙ୍କ ପାଇଁ ସମନ୍ୱିତ ପ୍ରତିଭାର ପରିପ୍ରକାଶଶିଶୁ ବିକାଶ ଯୋଜନା ଅଧୀନରେ ଏବଂ ସବୁ କେନ୍ଦ୍ରର ଅଙ୍ଗନବାଡି କର୍ମୀ, ମାନଙ୍କ ସହଯୋଗ ରେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ର ପରି ପ୍ରକାଶ ନିମନ୍ତେ ସବୁ ପ୍ରକାର ବନ୍ଦୋବସ୍ତ କରୁଛନ୍ତି | ସେମାନେ କୌଣସି ଗୁଣରେ ପୁଅମାନଙ୍କ ଠାରୁ କମ ନୁହନ୍ତି ତାହାକୁ ପ୍ରମାଣିତ କରିବା ନିମନ୍ତେ ସେମାନଙ୍କୁ ସରକାର ଙ୍କ ତରଫରୁ ସାହାଯ୍ୟ, ସହଯୋଗ କରା ଯାଉଛି | ଏବଂ ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ମଧ୍ୟ ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟନ ର ବ୍ୟବସ୍ତା ମଧ୍ୟ କରା ଯାଉଛି | ତେଣୁ ଏହି କିଶୋରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ରେ ସେମାନ ଙ୍କୁ ନେଇ ପ୍ରୋତ୍ସାହନ ପ୍ରତିଯୋଗିତା କରା ଯାଇଛି | ସେମାନଙ୍କ ମଧ୍ୟରେ ନୃତ୍ୟ, ଭାଷଣ, ଓ ଚିତ୍ର ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ଅର୍ଜନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା କିଶୋରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା |




