
ବ୍ରହ୍ମପୁର,୨୬/୧(ଜିଲ୍ଲା ଖବର) : ପୁରୁଣା ବ୍ରହ୍ମପୁର ,ମା’ ମାଳୁଆଣି ମନ୍ଦିର ନିକଟସ୍ଥ ପ୍ରହଲ୍ଲାଦ ନଗର ସ୍ଥିତ ମା ‘ସରସ୍ବତୀ ଶିଶୁ ମନ୍ଦିରରେ ୭୬ତମ ସାଧାରଣତନ୍ତ୍ର ଦିବସ ଓ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏଥିରେ ବିଦ୍ୟାଳୟ ପରିଚାଳନ କମିଟିର ଉପସଭାପତି ଶ୍ରୀଯୁକ୍ତ ଅନିଲ କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଟ ସମାଜସେବୀ ତଥା ସାନ ଏଣ୍ଡ ନିଲ ଫାଉଣ୍ଡେସନ ର ସଭାପତି ପି ଧର୍ମା ରାଓ ମୁଖ୍ଯ ଅତିଥି , ଏବଂ ସମ୍ପାଦକ ଏସ ଚିଟି ବାବୁ ,ସଦସ୍ୟା ଏସ୍ ସୁଶିଳା ବରିଷ୍ଠ ଯୁବ ଆଇନଜୀବୀ ଅସିତ କୁମାର ସାବତ,ଯୁବ ସମ୍ବାଦିକ ମନରଞ୍ଜନ ପାଣିଗ୍ରାହୀ,ସମ୍ବାଦିକ ରମେଶ ଚନ୍ଦ୍ର ବେହେରା ଓ ବରିଷ୍ଠ ସମାଜସେବୀ ବିଷ୍ଣୁ ପ୍ରସାଦ ତ୍ରିପାଠୀ ମିଳିତ ଭାବେ ପତକା ଉତ୍ତୋଳନ କରି ପୂର୍ବରୁ ବିଦ୍ୟାଳୟର ବିଜ୍ଞାନ ମେଳା ସମେତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗିଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବହୁ ଅଭିଭାବକ ଅଂଶଗ୍ରହଣ କରିଥିଲେ।ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।




