Home ଆଞ୍ଚଳିକ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

77

ବୁଗୁଡ଼ା,୨୬/୦୧(ଜିଲ୍ଲା ଖବର) : ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳନ କରାଯାଇଅଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ମୂଖ୍ୟ ଅତିଥି ରୂପେ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋପୀନାଥ ମହାନ୍ତି, ସମ୍ମାନିତ ଅତିଥି ଭାବେ ସାଂସ୍କୃତିକ ସଂସଦର ଉପଦେଷ୍ଟା ଶିକ୍ଷା ବିଭାଗର ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଉଭୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବକୃତା ଓ ସଂଗୀତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ଅଧ୍ୟକ୍ଷ ସରୋଜକାନ୍ତ ଦାସ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ପଞ୍ଚାନନ ନାହାକ, ମୁଦୁରାଜୁ ଦୋରା, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ରଶ୍ମୀ ରଞ୍ଜନ ତ୍ରିପାଠୀ,ସିମାଞ୍ଚଳ ଗୈ।ଡ ଯୋଗଦେଇଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଉମାଶଙ୍କର ଗୈ।ଡ ଯୋଗଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସୁନ୍ଦର ପ୍ୟାରେଡ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ସ୍ନାତକ ମହାବିଦ୍ୟାଳୟର କ୍ରୀଡ଼ା ଅଧ୍ୟାପକ ଭଂଜ କିଶୋର ଗୈ।ଡ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।