
ବ୍ରହ୍ମପୁର ,୨୪/୧(ଜିଲ୍ଲା ଖବର) : ଆଜି ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଚାଚା ନେହେରୁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପୂର୍ବାହ୍ନ 10:30ମି ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜେଶ୍ୱରୀ ଦାସ ଙ୍କ ଅଧ୍ୟକ୍ଷତା ରେ ପୂର୍ବ ଯୋଜନା ମୁତାବକ ପୁରାତନ ଛାତ୍ର ଛାତ୍ରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟ 1906 ମସିହାରେ ସ୍ଥାପିତ ହୋଇଅଛି lଏହି ବିଦ୍ୟାଳୟ ରେ ପୁରାତନ ଛାତ୍ର ଛତ୍ରୀ ମାନଙ୍କ ସମ୍ମିଳନୀ ରେ ମୁଖ୍ୟ ଅଥିତି ଭାବେ ବ୍ରହ୍ମପୁର ମହାନଗର ର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ପ୍ରଦୀପ ପ୍ରଜ୍ବଳନ ସହ ସଭା କାର୍ଯ୍ୟ କୁ ଆଗକୁ ବଢାଇଥିଲେ, ସମ୍ମାନୀତ ଅଥିତି ଭାବେ ବିଧାୟକ ଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ଶୁକ୍ଳ, ମୁଖ୍ୟ ବକ୍ତା ଶ୍ରୀ ଦେବେନ୍ଦ୍ର କୁମାର ବେହେରା ବ୍ଲକ ଶିକ୍ଷାଧିକାରୀ ରଙ୍ଗେଈଲୁଣ୍ଡା, ସମ୍ମାନୀତ ଅତିଥି ରୂପେ ସି ର ସି ସି ଶ୍ରୀ ବାଙ୍କ ପ୍ରଧାନ ମଂଚାସୀନ ହୋଇଥିଲେ ଏବଂ ଅଥିତି ପରିଚୟ ପ୍ରଦାନ କରିଥିଲେ l

ସରକାରୀ ଶିକ୍ଷକ ଶ୍ରୀ ସଚ୍ଚିଦାନନ୍ଦ ବେହେରl ମଞ୍ଚ ପରିଚାଳନା କରିଥିଲେ,ବିଦ୍ୟାଳୟର ପୁରାତନ ଛାତ୍ର, ଛାତ୍ରୀ ଙ୍କ ମତାମତ ରଖିବା ସହ ମଂଚାସୀନ ଅତିଥି ମାନେ ପୁରାତନ ଛାତ୍ର, ଛତ୍ରୀ ଏକାଠି ହେବାର ଉଦ୍ଧେଶ୍ୟ ଜ୍ଞାପନ ସହ ପୁରାତନ ବିଦ୍ୟାଳୟ କିପରି ଏକ ଉଚ୍ଚ କୋଟିର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରୂପେ ପରିଗଣିତ ହୋଇପାରିବ, ସମସ୍ତ ଙ୍କ ମିଳିତ ଉଦ୍ୟମ ନିହାତି ଆବଶ୍ୟକ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ l ଆଗାମୀ ଦିନ ରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦାନ କରି ବିଦ୍ୟାଳୟ ର ଉନ୍ନତି କରିପାରିବା ପାଇଁ ଏକ ଯୋଜନା ପ୍ରସ୍ତୁତି କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟଳୟ ସମସ୍ତ ଶିକ୍ଷୟିତ୍ରୀ , ଶିକ୍ଷକ, କର୍ମଚାରୀ ଓ SMC ର ସଦସ୍ୟ /ସଦସ୍ୟl ଉପସ୍ଥିତ ଥିଲେ l ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜେଶ୍ୱରୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।



