
ପୁରୁଷୋତ୍ତମପୁର,୨୩/୦୧ : ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି |
ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆଙ୍କ ତତ୍ତ୍ବବଧାନ ରେ ଶ୍ରୀମତୀ କବିତା କୁମାରୀ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |ପ୍ରଣତି କୁମାରୀ ଗୌଡ଼ ଅତିଥ୍ଙ୍କ ପରିଚୟ ପ୍ରଦାନକରିଥିଲେ | ପ୍ରଧାନ ଆଚାର୍ଯ୍ୟ ମହୋଦୟ ଶିଶୁ ଭାଇ ଭଉଣୀ ଙ୍କୁ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ବିଷୟରେ କିଛି ମହତ ଗୁଣ ବିଷୟ ରେ କହିଥିଲେ |ଶ୍ରୀଯୁକ୍ତ ସୁରଞ୍ଜନ ମହାପାତ୍ର ନେତାଜୀଙ୍କ ବିଷୟରେ ଶିଶୁ ଭାଇ ଭଉଣୀଙ୍କୁ ବୁଝାଇଥିଲେ ଓ ବିଦ୍ୟାଳୟର ଗୁରୁଜୀ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ନାୟକ ବୀର ସୁରେନ୍ଦ୍ର ସାଏଙ୍କ ସାହାସିକତା କୁ ଅତିସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ | କିଛି ଶିଶୁଭାଇ ଓ ଭଉଣୀ ମଧ୍ଯ ମହାପୁରୁଷଙ୍କ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ |ଶ୍ରୀମତୀ ସୁନାରାଣୀ ପାଳ ଙ୍କ ନିର୍ଦ୍ଦେଶରେ ଅଷ୍ଟମ ଶ୍ରେଣୀ ର ଭଉଣୀ ଶିବାନୀ ବେହେରା ବ୍ୟକ୍ତିଗତ ଗୀତ ଗାନ କରିଥିଲେ |ଏହି ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ଶିଶୁ ଭାଇ ଭଉଣୀ ଯୋଗଦେଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ | ପରିଶେଷରେ ତପନ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ |




