Home ଆଞ୍ଚଳିକ ନେତାଜୀ ଜୟନ୍ତୀରେ ନାଟଙ୍ଗl ହାଇସ୍କୁଲ ଠlରେ 100 ଦିନିଆଁ ଟିବି ସଚେତନତା କାଯ୍ୟକ୍ରମ

ନେତାଜୀ ଜୟନ୍ତୀରେ ନାଟଙ୍ଗl ହାଇସ୍କୁଲ ଠlରେ 100 ଦିନିଆଁ ଟିବି ସଚେତନତା କାଯ୍ୟକ୍ରମ

9

ବେଲଗୁଣ୍ଠା, ୨୩/୦୧,ଆଜି ନେତାଜୀ ଜୟନ୍ତୀ ଅବସରରେ ନାଟଙ୍ଗl ଦୀନବନ୍ଧୁ ବିଦ୍ୟାପୀଠରେ 100 ଦିନିଆଁ ଟିବି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ ଏବଂ ଟିବି ସୁପରଭାଇଜର ଦୂର୍ଗା ପ୍ରସାଦ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଯକ୍ଷ୍ମାର ଲକ୍ଷଣ, ଯକ୍ଷ୍ମା ରୋଗୀଙ୍କ ନିୟମିତ ଡ଼ାକ୍ତରଙ୍କ ପରାମର୍ଶ ଗ୍ରହଣ ଏବଂ ନିୟମିତ ଔଷଧ ସେବନ ସମ୍ପର୍କରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ I ଏହା ସହିତ ଯକ୍ଷ୍ମା ମୁକ୍ତ ଭାରତ ଗଠନ ଦିଗରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହିତ ଯକ୍ଷ୍ମା ମୁକ୍ତ ଭାରତ ଗଠନ ପାଇଁ ଶପଥପାଠ କରାଇଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବିଶ୍ୱଜିତ୍ ନାୟକ,ସ୍ୱାଗତିକା ସେଠୀ, ଡୋକି ସରୋଜିନୀ, ମାନସ ରଞ୍ଜନ ମହାନ୍ତି,ବର୍ଷା ରାଣୀ ବେହେରା,ସୁସାଙ୍ଗୀନୀ ପ୍ରଧାନ,ଝରଣା ଦାସ,ରଶ୍ମି କୁମାରୀ ପାଢୀ, ପ୍ରଭାତ କୁମାର ଗୌଡ଼,ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ବିଦ୍ୟଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ I

ଫଟୋ