Tuesday, October 13, 2026
Home ଆଞ୍ଚଳିକ ଓଡିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବନ୍ଧୁ ମିଳନ ବୈଠକ।

ଓଡିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବନ୍ଧୁ ମିଳନ ବୈଠକ।

135

ଆସିକା (ଜିଲ୍ଲା ଖବର) : ଓଡ଼ିଶା ସାମ୍ବାଦିକ ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଧରାକୋଟ ମା କାଳୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି ବନ୍ଧୁମିଳନ ବୈଠକ। ସାମ୍ବାଦିକ ମାନଙ୍କ ଦାୟିତ୍ବ କର୍ତ୍ତବ୍ୟ ଓ ନିର୍ଭିକତାର ସହିତ ଖବର ପ୍ରସାରଣ କରିବା ନିମନ୍ତେ ଉପସ୍ଥିତ ଆଲୋଚକ ମାନେ ମତ ପୋଷଣ କରିଥିଲେ। ସାମ୍ପ୍ରତିକ ସମୟରେ ସାମ୍ବାଦିକ ମାନଙ୍କ ସ୍ଥିତି ଓ ସେମାନଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ SBI General Insurance ର ପାଞ୍ଚ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯାଇଥିଲା । ଓ ମେଡିକାଲ ବୀମା ଏକ ଲକ୍ଷର ପ୍ରତ୍ୟେକ ସାମ୍ବାଦିକଙ୍କୁ ବୀମାଭୁକ୍ତ କରାଇଥିଲେ । SBI General Insurance ବ୍ରହ୍ମପୁର ଶାଖାର ରିଲେସନ୍ ମ୍ୟାନେଜର ଅଭିଷେକ ମହାପାତ୍ର ଓ ବରିଷ୍ଠ ବୀମା ପରାମର୍ଶ ଦାତା ଭଜହରି ବାଡତ୍ୟା ଉପସ୍ଥିତ ରହି ସମସ୍ତ ସାମ୍ବାଦିକଙ୍କୁ ବୀମାଭୁକ୍ତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାମ୍ବାଦିକ ସଂଘ ସଭାପତି ଶ୍ରୀ ଅଶୋକ ନନ୍ଦ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ରବୀନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଶ୍ରୀ ବିଷ୍ଣୁ କେଶରୀ ଆଚାର୍ଯ୍ୟ ,ଜୋନାଲ ସମ୍ପାଦକ ପ୍ରଶାନ୍ତ ଭଟ୍ଟ,ଯୁଗ୍ମ ସମ୍ପାଦକ ଶ୍ରୀ ସୁଜିତ୍ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ସ୍ମୃତି ଚାରଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ରିପୋର୍ଟର ଜ୍ୟୋତିର୍ମୟୀ ପାତ୍ର