
ପୁରୁଷୋତ୍ତମପୁର,୨୧/୧(ଜିଲ୍ଲା ଖବର) : ପୁରୁଷୋତ୍ତମପୁର ବ୍ଲକ ବୈଠକ ହଲରେଅଧକ୍ଷା ପିଙ୍କି ବେହେରା ଙ୍କ ଅଧକ୍ଷତା ରେ ଏହି ବୈଠକ ଆରମ୍ଭ ହୋଇ ଥିଲା | ଏହି ବୈଠକ ରେ ବିଡ଼ିଓ ଙ୍କ ବଦଳି ପରେ ତାଙ୍କ ଦାଇତ୍ୱରେ ଥିବାଭାର ପ୍ରାପ୍ତ ତହସିଲଦାର ବିନୋଦ କୁମାର ବେହରା ଙ୍କ ସଂଯୋଜନା ରେ ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ଜିପିଓ ମୀନ କେତନ ବେହେରା ଏବଂ ଭତ୍ତା ଅଧିକାରୀ( ବି ଏସ ଏସ ଓ ) କାହ୍ନୁ ଚରଣ ସୋରେନ ମଞ୍ଚାସିନ ଥିଲେ | ଆଗାମୀ 28 ତାରିଖରେ ଭିର୍ଣ୍ଣ ଭୋଇ ଶିବିର ହେବାକୁ ଥିବାରୁ ତାହା ଉପରେ ଆଜି ର ଏହି ବୈଠକ ର ଆୟୋଜନ ହୋଇ ଥିଲା | ସେହି କାର୍ଯ୍ୟକ୍ରମ କିପରି ସୁଚାର ରୂପେ ସମସ୍ତ ଙ୍କ ସହଯୋଗ ରେ ହୋଇ ପାରିବ ତାହା ଉପରେ ଏହି ବୈଠକ ର ଆୟୋଜନ କରାଯାଇଥିଲା | ସେହି କାର୍ଯ୍ୟକ୍ରମ ରେ କେତେ ଜଣ ବିଭିର୍ଣ୍ଣ ବର୍ଗ ର ଭିର୍ଣ୍ଣ କ୍ଷମ ବ୍ୟକ୍ତି ଆସିବେ, ସେମାନଙ୍କ ନାମ ପଞ୍ଜିକରଣ ସହିତ ସେମାନଙ୍କୁ ପରିଚୟ ପାତ୍ରପାଇଁ ବ୍ୟବସ୍ତା ଏବଂ ଟ୍ରେନ ପାସ, ଓ ବସ ପାସ ହେବ ତାହା ଉପରେ ସବିଶେଷ ଆଲୋଚନା ହୋଇ ଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଯନ୍ତ୍ରୀ ନାଗ ଭୂଷଣ ଯାଦବ ଙ୍କ ସହ ସମସ୍ତ ଯେଇ, ସମସ୍ତ ପିଇଓ ମାନେ 26 ଗୋଟି ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, ସଭ୍ୟା ମାନେ ଉପସ୍ଥିତ ରହିବା ସହ ସମନ୍ୱିତ ଶିଶୁ ବିଭାଗ ର ସମସ୍ତ ସୁପର ଭାଇଜର , ବ୍ଲକ ଡେଭଲପମେଣ୍ଟ ଅଧିକାରୀ ମୀନ କେତନ ପାଢ଼ୀ, ମୁଖ୍ୟ କିରାଣୀ, ଏବଂ ଏଡିଓ, ଭତ୍ତା ବିଭାଗ ଜୟଶ୍ରୀ ଦୋରା, ଓ ଅନ୍ୟ କର୍ମ କର୍ତ୍ତା ମାନେ ଉପସ୍ଥିତ ରହି ଥିଲେ |



