ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

66

ବୁଗୁଡ଼ା,୨୧/୦୧(ଜିଲ୍ଲା ଖବର) :ବାଲିପଦର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଆଠଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରାୟ ଦୁଇଶହ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଇଥିଲା। ମାଷ୍ଟର ଟ୍ରେନର ରୂପେ ପ୍ରିୟଙ୍କା ସ୍ବାଇଁ, ରଶ୍ମୀ ପ୍ରଧାନ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ ଉପାୟ ଶିକ୍ଷା ଦେଇଥିଲେ। ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସ ସଭାପତିତ୍ବ କରିଥିଲାବେଳେ ମୂଖ୍ୟ ଅତିଥି ରୂପେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ମହାନ୍ତି, ମୂଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଓ ସମ୍ମାନିତ ଅତିଥି ରୂପେ ବରିଷ୍ଠ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ସେନାପତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ପ୍ରାଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଡଃ ଦିଲ୍ଲୀପ କୁମାର ପ୍ରଧାନ, ପ୍ରାଧ୍ୟାପିକା ସ୍ମିତା ରାଣୀ ସାହୁ, ଅଧ୍ୟାପିକା କାବେରୀ ବିଷୋୟୀ, ଲକ୍ଷ୍ମୀପ୍ରିୟା ମହାରଣା, ଯଶଶ୍ବିନୀ ଗୈ।ଡ ସହଯୋଗ କରିଥିଲେ।


ଗଂଜାମ ଜିଲ୍ଲା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ସଂଯୋଜକ ରିଙ୍କୁ କୁମାର ବେହେରା ଆତ୍ମ ସୁରକ୍ଷା ଶିବିର ପରିଦର୍ଶନ କରିଥିଲେ। ସଭାକାର୍ଯ୍ୟ ପରେ ତାଲିମ ପ୍ରାପ୍ତ ଛାତ୍ରୀ ମାନଙ୍କ ଦ୍ଵାରା ଆତ୍ମ ରକ୍ଷାର ବିଭିନ୍ନ ପ୍ରକାରର ଉପାୟ ପରିବେଷଣ କରାଯାଇଥିଲା। ତାଲିମ ପାଇଥିବା ସମସ୍ତ ଛାତ୍ରୀଙ୍କୁ ଅଧ୍ୟକ୍ଷ ପ୍ରମାଣପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଂଯୋଜିକା ସୁଜାତା କୁମାରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।